ମାହାଙ୍ଗା,୦୨/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ଅଗ୍ରଣୀ ସାମାଜିକ ସଂଗଠନ “ବସୁଧା ସମାଜ ସେବକ ସଂଘ”ର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ସ୍ୱତନ୍ତ୍ର ଉତ୍କଳ ଦିବସ ସମାରୋହ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଡକ୍ଟର କାର୍ତ୍ତିକେଶ୍ୱର ସାହୁ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ନେତୃତ୍ୱ ନେଇଥିବା ଯଶସ୍ବୀ ପୁରୁଷ ମାନଙ୍କ ତ୍ୟାଗ ଓ ସଂଘର୍ଷ ଚିର ଅମଳିନ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଥିଲେ । ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କବି ପ୍ରଶାନ୍ତ କୁମାର କର, ପ୍ରାଧ୍ୟାପକ ଡକ୍ଟର ମନୋରଞ୍ଜନ ବେହୁରା ଏବଂ ଶିକ୍ଷାବିତ ପଣ୍ଡିତ ରବୀନ୍ଦ୍ର ନାଥ କର ଓ କବି ଉତ୍ତମ ଚରଣ ଜେନା ପ୍ରମୁଖ ଉତ୍କଳ ପ୍ରଦେଶର ଗରିମାମୟ ଇତିହାସ ଉପରେ ଆଲୋକପାତ କରିଥିଲେ । 
ଯୁବ ସମାଜସେବୀ ସଦାଶିଷ ସାହୁ ସ୍ୱାଗତ ଭାଷଣ ଏବଂ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଦେଶାତ୍ମକ ବୋଧକ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତାରେ ବରିଷ୍ଠ ଏବଂ କନିଷ୍ଠ ବର୍ଗରେ କୃତୀତ୍ୱ ଅର୍ଜ୍ଜନ କରିଥିବା ସାଇସ୍ମିତା ନାଥ, ହର୍ଷ ପ୍ରିୟଦର୍ଶିନୀ, ଲକ୍ଷ୍ମୀପ୍ରିୟା ସାହୁ , ଅନ୍ୱେଷ ସାହୁ ଏବଂ ପ୍ରୀତିଲିସା ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ଯୁବ ରକ୍ତଦାତା ନଗେନ୍ଦ୍ର ନାଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ବସୁଧାର ସଭାପତି ବିଚିତ୍ରାନନ୍ଦ ସାହୁ, କ୍ଷିତୀଶ ସାହୁ,ବିପ୍ରବର ସାହୁ, ରଜତ ଭୂୟାଁ, ବିଭୁତି ସାହୁ, ଜ୍ଞାନରଞ୍ଜନ ସାହୁ, ଅଭୟ ସାହୁ, ପ୍ରକାଶ ଦାସ, ଧନଞ୍ଜୟ ନାଥ, ସନାତନ ସେଠୀ, ରମାକାନ୍ତ ଦାସ, ଚିତ୍ତରଞ୍ଜନ ସିଂ, ସୁରେନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ ।
