ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।

ଯାଜପୁର, ୩୦/୦୭/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ସଭା ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଅଧ୍ୟକ୍ଷତା କରିବା ସହ ସୂଚନା ପ୍ରଦାନ କରିଥିଲେ।

ଅତିଥି ଆଲୋଚକ ଭାବେ ଯାଜପୁର ମଣ୍ଡଳ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ମହନ୍ତ,ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଏଵିଡିଓ ମିସ୍ ସାଗରିକା ମହାପାତ୍ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଯୋଗ ଦେଇ କାର୍ଯ୍ୟସ୍ଥଳୀ ରେ ମହିଳା ଉତ୍ପିଡନ ନିରାକରଣ,ପ୍ରତିଷେଧ ଓ ପ୍ରତିକାର ବିଷୟ ସହିତ ତଫସିଲଭୁକ୍ତ ଜାତି ଓ ଜନଜାତି ନିର୍ଯ୍ୟାତନା ସମ୍ଵନ୍ଧିତ ଆଇନ ସମ୍ଵନ୍ଧରେ ବିସ୍ତୃତ ଭାଵେ ଆଲୋଚନା କରିବା ସହିତ ଅଂଶ ଗ୍ରହଣକାରୀ ଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।କମଳ ଲୋଚନ ରାଜ ସହକାରୀ ନିର୍ବାହୀ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ପଞ୍ଚାୟତ ସମିତିର କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *