ଭୁବନେଶ୍ୱର,୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ରହିବନି ପାନୀୟ ଜଳ ସଂକଟ । ଦୂରହେବ ଜଳସେଚନ ବାଧା । ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ହୀରାକୁଦ ତଳ ମୁଣ୍ଡରେ ସୃଷ୍ଟି ହେଉଥିବା ପାନୀୟଜଳ ଓ ଜଳସେଚନ ବାଧାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଉଛନ୍ତି ସରକାର । ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଣତାରକା ପ୍ରଶ୍ନର ଉତରରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ‘ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେ ଯୋଗୁଁ ତଳ ମୁଣ୍ଡରେ ଜଳସଂକଟ ସୃଷ୍ଟିହେଉଛି । ପ୍ରତିକାର ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି?’ ଯାହାର ଉତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ ଦ୍ୱାରା ନିର୍ମିତ ଜଳସେଚନ ପ୍ରକଳ୍ପ, ବିଭିନ୍୍ନ ଶଳ୍ପି ଭିତିକ ବ୍ୟାରେଜ,୍ ଆନିକଟ ଇତ୍ୟାଦ ି ନିର୍ମାଣ ଫଳରେ ଜଳସଂକଟ ଦେଖା ଦେଇଛି ।
ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ନ୍ୟାୟିକ, ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରକଳ୍ପ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ହୀରାକୁଦ ତଳ ମୁଣ୍ଡରେ ସୃଷ୍ଟି ହେଉଥିବା ପାନୀୟ ଜଳ ଓ ଜଳସେଚନ ବାଧା ଦୂର ହେବ । ଏଥିପାଇଁ ୧୭ଗୋଟି ବନ୍ଧ, ୧୫ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହ ୪୪ଟି ବ୍ୟାରେଜ୍ ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।
