ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ବିଧି ବିଭାଗ ପରିସରରେ ଏକ ଇ-ଗ୍ରନ୍ଥାଳୟ ଆଜି ଉଦଘାଟିତ ହୋଇଯାଇଛି ।
ଏହି ଗ୍ରନ୍ଥାଳୟରେ ଆଇନଗତ ଗବେଷଣା ଓ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ସର୍ବୋଚ୍ଚ ନ୍ୟାୟଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟ ଅଧସ୍ତନ ନ୍ୟାୟଳୟର ସମସ୍ତ ଆଦେଶ ଉପଲବ୍ଧ ହେବ । ତତସହିତ ଏହି ଗ୍ରନ୍ଥାଳୟରେ ସର୍ବଶେଷ ଅଦ୍ୟତନ ଆଇନ ମାମଲା, ଦିନପଞ୍ଜି, ଉଦ୍ଧୃତି, ବ୍ୟବସାୟ ନୀତି, ଅନ୍ତର୍ଜାତୀୟ ତଥ୍ୟ, ଇ-ପୁସ୍ତକ, କମିଟି ରିପୋର୍ଟ୍, ଇସ୍ତାହାର ଏବଂ ଅଧ୍ୟାଦେଶ ଆଦି ଅତ୍ୟନ୍ତ ସୁବୋଧ ଓ ସୁଗମ୍ୟ ଭାବେ ଉପଲବ୍ଧ ହେବ ।
ଏହି ଅବସରରେ ସମସ୍ତ ସରକାରୀ ବିଭାଗକୁ ମନୁପାତ୍ର ଅନଲାଇନ ଡାଟାବେସ୍, Orissa Law Times, ଇ-ଗ୍ରନ୍ଥାଳୟ ଓ LMSରେ ସୁଗମ ପ୍ରବେଶ ପାଇଁ ସୁବିଧା ଯୋଗାଇ ଦିଆଯିବ ଯାହା ସର୍ବସାଧାରଣଙ୍କୁ ତ୍ଵରିତ ନ୍ୟାୟ ଦେବା ପାଇଁ ସହାୟକ
ହେବ । ଏହା ଆଇନ ବିଭଗ ଦ୍ଵାରା ଏକ ଅତ୍ୟନ୍ତ ଯୁଗାନ୍ତକାରୀ ଏବଂ ସ୍ଵାଗତଯୋଗ୍ୟ ପଦକ୍ଷେପ ।
ଏହି ଅବସରରେ ଶ୍ରୀ ମାନସ ରଞ୍ଜନ ବାରିକ, ପ୍ରମୁଖ ଶାସନ ସଚିବ, ଆଇନ ବିଭଗ, ଶ୍ରୀ ପ୍ରଣବ କୁମାର ପାତ୍ର , ବିଧି ଚେତକ ତଥା ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀ ଭଗବାନ ସାହୁ, ସ୍ଵତନ୍ତ୍ର ଶାସନ ସଚିବ, ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ଦ୍ଵିତୀୟ ଅତିରିକ୍ତ ବିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ଓ ଶ୍ରୀ ଶିବ ପ୍ରସାଦ ମହାପାତ୍ର, ଅତିରିକ୍ତ ଶାସନ ସଚିବ(ନ୍ୟାୟିକ), ବିଧି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ସମସ୍ତ ବିଭାଗର ଏ. ଡ଼ି.ଏଲ ପ୍ରମୁଖ ଉପସ୍ଥିତ ଥିଲେ ।
-0-
ସୁଜିତ ରଞ୍ଜନ ସ୍ଵାଇଁ , ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
