ଦୁର୍ଗାମେଢ଼କୁ ମିଳିବ ଆର୍ଥିକ ସହାୟତା!

ଭୁବନେଶ୍ୱର,୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ଦୁର୍ଗାପୂଜା ଉପଲକ୍ଷେ ପ୍ରାଚୀନ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦେବାକୁ ନିଷ୍ପତି ନେଇଛନ୍ତି ସରକାର । ଏନେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି ହୋଇଛି । ତେବେ ଏଥିପାଇଁ ନିର୍ଦିଷ୍ଟ କିଛି ମାନଦଣ୍ଡକୁ ଆଧାର କରାଯାଇଛି । ନିଜ ଜିଲାର ମେଢ଼ ଗୁଡ଼ିକର ବର୍ଷ ଅନୁସାରେ ବିବରଣୀ ପ୍ରସ୍ତୁତ କରାଯିବ । ଦୁଇଦିନ ମଧ୍ୟରେ ଏହାର ତାଲିକା ପ୍ରସ୍ତୁତ କରାଯିବ ।

ପ୍ରଦତ ଫର୍ମରେ ଜିଲା ହିସାବରେ କ୍ୟାଟାଗୋରି କରାଯାଇଛି । ୧୦୦ବର୍ଷରୁ ଉର୍ଦ୍ଧ୍ୱ ମେଢ଼କୁ ‘କ’ ବର୍ଗରେ ୭୫ବର୍ଷରୁ ଊଦ୍ଧ୍ୱର୍ ମେଢକୁ ‘ଖ’ ବର୍ଗରେ ସ୍ଥାନ ଦିଆଯାଇଛି । ସେହିଭଳି ‘ଗ’ ବର୍ଗରେ ୫୦ବର୍ଷରୁ ଊଦ୍ଧ୍ୱର୍ ମେଢ଼ ସ୍ଥାନ ପାଇପାରିବ । ଯେଉଁ ଜିଲାରେ ୫୦ବର୍ଷରୁ ଊଦ୍ଧ୍ୱର୍ ପୁରୁଣା ମେଢ଼ ନଥିବ, ସେଠାରେ ସବୁଠାରୁ ୨ଟି ପୁରାତନ ମେଢ଼ର ବିବରଣୀ ଦେବାକୁ ସୂଚନା ଜାରିକରିଛି ବିଭାଗ । ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *