ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ

ଜଗତସିଂହପୁର,୦୩/୧୦/୨୦୨୬(ଓଡ଼ିଶା ସମାଚାର)-ଅକ୍ଟୋବର ୨ ତାରିଖ ଠାରୁ ୧୪ ନଭେମ୍ବର, ୨୦୨୬ ରିଖ ପର୍ଯ୍ୟନ୍ତ ଦୀର୍ଘ ୪୪ ଦିନ ଧରି ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ପରିପ୍ରେକ୍ଷୀରେ ୨ ତାରିଖ ରୁ ଜଗତସିଂହପୁର ଜିଲ୍ଲାର  ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ମଣ୍ଡାସାହି, କଣ୍ଟିଲୋ, ପଲି, ଜାହାନ୍ ପୁର, ବାଲିକୁଦା ବ୍ଲକ ଅନ୍ତର୍ଗତ କୃଷ୍ଣ ଦାସପୁର, କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ, ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର, ଏରଡଂଗା, ଛପଡା ଏବଂ ପୁରୁଣା ବସନ୍ତ ଗ୍ରାମ ପଞ୍ଚାୟତ ରେ ଗ୍ରାମ ସଭା ଆୟୋଜିତ କରାଯାଇଥିଲା ।

ଏଥିରେ ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠି, ପଞ୍ଚାୟତ ରାଜ ବିଭାଗ କର୍ମୀ,ୱାର୍ଡ ମେମ୍ବର, ସମ୍ପୃକ୍ତ ପଞ୍ଚାୟତ ସରପଞ୍ଚ ଏବଂ ଅଙ୍ଗନୱାଡି କର୍ମୀ,ଗ୍ରାମ ବାସୀ ଏବଂ ଶ୍ରମ କାର୍ଯ୍ୟାଳୟ, ଜଗତସିଂହପୁରର ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରରେ ସଚେତନ କରାଯିବା ସହ ଏହି ଘୃଣ୍ୟ ପ୍ରଥା ବିରୁଦ୍ଧରେ ସମସ୍ତଙ୍କୁ ସଚେତନତା କରାଯାଇ ପଞ୍ଚାୟତ ରୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ନିବେଦନ କରା ଯାଇଥିଲା । ଏଥିରେ ସମସ୍ତଙ୍କ ମିଳିତ ସହଯୋଗ ଏକାନ୍ତ କାମ୍ୟ ।

ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ସଭା କରି ଶିଶୁ ଶ୍ରମିକ ନିୟୋଜନ କରୁଥିବା ମାଲିକ ମାନଙ୍କ ବିରୋଦ୍ଧରେ ଆଇନ ଅନୁଯାୟୀ ୬ ମାସ ରୁ ସର୍ବାଧିକ ତିନି ବର୍ଷ ଜେଲ ଦଣ୍ଡାଦେଶ ଏବଂ କୋଡ଼ିଏ ରୁ ପଚାଶ ହାଜର ଯାଏ  କିମ୍ବା ଉଭୟ ଦଣ୍ଡ ବିଧାନ ର ବ୍ୟବସ୍ଥା କରାଯାଇଅଛି ବୋଲି ସମସ୍ତଙ୍କୁ ଅବଗତ କରାଯାଇଥିଲା ।  ପରି ଶେଷରେ  ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଉପରେ ଗୁରୁତ୍ୱ ଦେଇ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *