ଵିପଦଶଙ୍କୁଳ ଅବସ୍ଥାରେ ନବନିର୍ମିତ ପୋଲ, ଯାତାୟାତ ପାଇଁ ଲୋକେ ଭୟଭୀତ 

କଟକ ସଦର ,୨୯/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ପୂର୍ତ୍ତ ବିଭାଜନ ତଥା ଫକିରପଡା ଉପ ବିଭାଜନ ଅଧିନରେ ଥିବା ସୋମପୁର କିଶନନଗର ମୂଖ୍ୟ ରାସ୍ତାର ସୋମପୁର ଠାରେ ପାଇକା ନଦୀ ଉପରେ ଏଵେ ଏକ ନୂଆ ଢଳେଇ ପୋଲ ନିର୍ମାଣ କରାଯାଇ ଅଛି। ହେଲେ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ଅଧାପନ୍ତରିଆ କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏପରିକି ପୋଲର ଦୁଇ ପାର୍ଶ୍ଵରେ ଥିବା ଆପ୍ରୋଚ୍ ରାସ୍ତା ଏଵେ ଵର୍ଷାରେ ଧୋଇ ଯାଇଁ ଗମନାଗମନ ପାଇଁ ଅଧିକ ବିପଦ ସୃଷ୍ଟି କରିଛି। ଉକ୍ତ ରାସ୍ତା ଉପରେ ପ୍ରତ୍ୟହ କଟକ ପାରାଦୀପ ରାସ୍ତାକୁ ଯିବା ଆସିବାପାଇଁ ଏଵଂ କିଶନନଗର ଠାରେ ଥିବା ଥାନା, ବ୍ୟାଙ୍କ୍, ତହସିଲ, କଲେଜ,ହାଟ ପ୍ରଭୃତି ପାଇଁ ଯାତାୟତ କରିଥାଆନ୍ତି। ହେଲେ ଉକ୍ତ ବିପଦ ସଙ୍କୁଳ ପୋଲ ଏବେ ଲୋକଙ୍କ ପାଇଁ ବିପଦ ଆଣିବାକୁ ଯାଉଛି। ବିଭାଗୀୟ ମୂଖ୍ୟ ଯନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି  ।

Leave a Reply

Your email address will not be published. Required fields are marked *