ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ , ଜଣେ  ଏସଓଜି ଯବାନ ଗୁରୁତର ଆହତ

ଭଞ୍ଜନଗର,୧୮/୦୯/୨୦୨୫ (ଓଡ଼ିଶା ସମାଚାର)-  ଗଞ୍ଜାମ – କନ୍ଧମାଳ ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଅପରାହ୍ନରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ  ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ମାଓବାଦୀଙ୍କ ଗୁଳି ବାଜିଛି। ଗୁରୁତର ଆହତ ଏସଓଜି ଯବାନ  ଙ୍କ ନାମ ପ୍ରେମ ମାଝି ବୋଲି ସୂଚନା ମିଳିଛି। ଭଞ୍ଜନଗର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ଆବଶ୍ୟକ ପଡ଼ିଲେ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।

ସୂଚନା ଅନୁସାରେ ,ଆଜି ଅପରାହ୍ନ ୪ଟାରେ ଏସ୍ଓଜି ଯବାନଙ୍କ କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଉଭୟ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳି ପ୍ରେମ ମାଝି ଙ୍କପେଟରେ ବାଜିଥିଲା। ଫଳରେ ପ୍ରେମ ମାଝି ଗୁରୁତର ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *