ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ -ସଶକ୍ତ ପରିବାର ଅଭିଯାନ ଆରମ୍ଭ

ପାଟକୁରା ୧୮/୦୯/୨୦୨୫ (ଓଡ଼ିଶା ସମାଚାର)- ଗତକାଲି ବୁଧବାର ପୂର୍ବାହ୍ନ ରେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ ଯୋଜନା ଆରମ୍ଭ ହୋଇଛି । । ମୁଖ୍ୟ ଅତିଥି ଭାବେ ରାଜ୍ୟ ଭାଜପା ପ୍ରବକ୍ତା ଓ ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡା ଓ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଏହାକୁ ଉଦଘାଟନ କରିଥିଲେ ।

ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ନିରଞ୍ଜନ କର, ଡ଼ ହିମାଂଶୁ ଭୂଷଣ ସଢଙ୍ଗୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରୋଗ୍ରାମ ମ୍ୟାନେଜର ଉଷାରାଣୀ ବାରିକ,ଡ଼ିପିଏଚ ଓ ଗୌରାଙ୍ଗ ଚରଣ ଗିରି, ଭାଜପା ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଜି ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା, ଅଣସଂକ୍ରାମକ ରୋଗ, ରକ୍ତ ହୀନତା, ଟୀକାକରଣ, ମାନସିକ ସ୍ୱାସ୍ଥ୍ୟ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ୨୦୩ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ ତାରିଖରୁ ଅକଟୋବର ୨ ତାରିଖ ପର୍ୟ୍ୟନ୍ତ ପନ୍ଦର ଦିନକୁ କେନ୍ଦ୍ର ସରକାର ଭାରତ ବର୍ଷରେ ସେବାପକ୍ଷ ଭାବେ ପାଳନ କରୁଛନ୍ତି ବୋଲି ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ଏଥିରେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ନାରା ଦିଆଯାଉଛି ବୋଲି ମୁଖ୍ୟ ଅତିଥି କହିଥିଲେ । ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଚାରିଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୧୯ ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ମଧ୍ୟମହିଳା ମାନଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । କାର୍ୟ୍ୟକ୍ରମକୁ ପ୍ରୋଗ୍ରାମ ମ୍ୟାନେଜର ଉଷାରାଣୀ ବାରିକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *