ଆସୁଛି ଯୋଡ଼ା ଲଘୁଚାପ, ଜୁଲାଇ ୪ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର,୨୯/୦୬/୨୦୨୫ (ଓଡ଼ିଶା ସମାଚାର)- ଆସୁଛି ୨ଟି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ଶନିବାର ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଅଧିକ ବର୍ଷା ନେଇ ବହୁ ଜିଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁନ୍ ୩୦ ଓ ଜୁଲାଇ ୧ରେ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବ ଏବଂ ପଶ୍ଚିମ ଭାଗରେ ଯୋଡା ଲଘୁଚାପ ଆଶଙ୍କା ରହିଛି । ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ଜୁଲାଇ ୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଭିନ୍ନ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି । ଦକ୍ଷିଣ ଭାଗ ଓ ଉତର-ପୂର୍ବ ଆରବ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

Leave a Reply

Your email address will not be published. Required fields are marked *