ଜ଼ିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ

ଜଗତସିଂହପୁର, ୧୩/୧୧/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା କାର୍ୟ୍ୟକ୍ରମ ଜ଼ିଲ୍ଲାପାଳ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନଫରେନ୍ସ ଗୃହରେ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ୟ୍ୟକ୍ରମରେ କୁଜଙ୍ଗ ବ୍ଲକ ରେ ଜୁଲାଇ ୨୦୨୪ ରେ ହୋଇଥିବା ୧ ଗୋଟି ମାତୃ ମୃତ୍ୟୁର ସମୀକ୍ଷା କରାଯାଇଥିଲା ।  ଏଥିରେ କୁଜଙ୍ଗ ବ୍ଲକ ର  ସୁପରିନଟେଡେଣ୍ଟ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ର ବିଶେଷଜ୍ଞ ଉପସ୍ଥିତ ଥିଲେ କ୍ଷ ଜିଲ୍ଲାପାଳ ଏହି ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟ କୁ କମାଇବା ପାଇଁ ସମସ୍ତ ଡାକ୍ତର ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତି ଗୁରୁତ୍ୱ ର ସହିତ କାମ କରିବା ପାଇଁ ଅନୁରୋଧ କରିଥିଲେ ।  ଲୋକମାନଙ୍କ ଆଖିରେ ଡାକ୍ତରମାନେ ଭଗବାନ ଙ୍କ ସଦୃଶ ସେଥିପାଇଁ ସେମାନେ ସମ୍ପୂର୍ଣ୍ଣ ଜାଗ୍ରତ ହୋଇ କାମ କରି ମାତୃ ଓ ଶିଶୁ ମୃତ୍ୟୁ କମାଇବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।  ଏଥି ସହିତ ମାତୃ ସ୍ୱାସ୍ଥ୍ୟ, ଶିଶୁ ସ୍ୱାସ୍ଥ୍ୟ, କୈଶୋର ସ୍ୱାସ୍ଥ୍ୟ, ପୁଷ୍ଟି, ଟୀକାକାରଣ, ପରିବାର ନିୟୋଜନ କାର୍ୟ୍ୟକ୍ରମ ସାଙ୍ଗକୁ ଜିଲ୍ଲାରେ ଗୁଣାତ୍ମକ କାର୍ୟ୍ୟକ୍ରମ ର ବିଭିନ୍ନ ଦିଗ ଯଥା କାୟାକଳ୍ପ ସମ୍ମାନ, ଏନ କ୍ୟୁ ଏସ୍ ସମ୍ମାନ, ଲକ୍ଷ୍ୟ ଏବଂ ସୁରକ୍ଷିତ ମାତୃତ୍ୱ ଆସ୍ଵାଶନ ଦିଗରେ ସଠିକ ଭାଗରେ କାମ କରିବା ପାଇଁ ଗୃହରେ ପରାମର୍ଶ ଦେଇଥିଲେ ।  ଲିଙ୍ଗ ଭିତିରେ ପ୍ରତି ୧୦୦୦ ପୁଅ ସାଙ୍ଗକୁ ୧୦୦୦ ଝିଅ ରହିବା କଥା ଆଦି ଦିଗରେ ମଧ୍ୟ ଗୁରୁତ୍ୱ ରଖିଥିଲେ ।  ଆଗାମୀ ଦିନରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିଭଳି ଭାବରେ ଏନକ୍ୟୁଏସ ଅଧିକ ସଂଖ୍ୟାରେ ଅନୁଷ୍ଠାନ ଯୋଗ୍ୟ ହେବ ସେଥିପାଇଁ ଅଧିକ କାମ କରିବା ପାଇଁ ନିର୍ଦେଶ ଦେଇଥିଲେ ।  ଘରୋଇ ପ୍ରସବ ୩ ଟି ହୋଇଥିବା କାରଣରୁ ତାହା କୁ କମାଇବା ପାଇଁ ପରାମର୍ଶ ଦେଇଥିଲେ ।  ଟୀକାକାରଣ କାର୍ୟ୍ୟକ୍ରମ ରେ ଘରୋଇ ହସ୍ପିଟାଲ ମାନେ କେମିତି ୨୪ ଘଣ୍ଟା ମଧ୍ୟରେ ଥିବା ଟୀକା ବିଶେଷ କରି ହେପାଟାଇଟିସ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୁ ଉପସ୍ଥିତ ଥିବା ଏସଏମଓ ଡାକ୍ତର ଦୀପକ କୁମାର କର ପ୍ରକାଶ କରିଥିଲେ ।  ନବାଗତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଘୁନାଥ ନାୟକ, ଅତିରିକ୍ତ ଜ଼ିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ, ଏଡିଏମଓ ମେଡିକାଲ ଡାକ୍ତର ସରୋଜ କୁମାର ଜେନା, ମାତୃ ମୃତ୍ୟୁ ଅଧିକାରୀ ଡାକ୍ତର ଦୀପ୍ତି ରଞ୍ଜନ ଭୂୟାଁ, ଡ଼ି ପି ଏମ ଚକ୍ରଧର ଜେନା, ଜିଲ୍ଲା ଆକାଉଣ୍ଟସ ମ୍ୟାନେଜେର ନୀଳ ମାଧବ ରଥ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡା ଓ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ବିଶେଷ ଅଂଶ ଗ୍ରହଣ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜେର ସ୍ବସ୍ତି ମହାନ୍ତି, ସୁଜାତା ପ୍ରିୟମ୍ବଦା ଦାସ ଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ମେଡିକାଲ ଅଫିସର ଇନଚାର୍ଜ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ପି ଏଚ ଇ ଓ, ସମସ୍ତ ସି ଡି ପି ଓ, ଜିଲ୍ଲା ସାମାଜିକ ମଙ୍ଗଳ ଉନ୍ନୟନ ଅଧିକାରିଣୀ  ବିଷ୍ନୁପ୍ରିୟା ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।  ଶେଷରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *