ମାହାଙ୍ଗା,୧୮/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-କୁହୁଣ୍ଡା ପଞ୍ଚାୟତ କୋଠପଦା ବଜାର କଦମ୍ବ ମୂଳ ଛକ ଠାରେ ବାବା ଆଖଣ୍ଡଳମଣିଙ୍କ ୨୯ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।
ବାବାଙ୍କ ପୂଜାର୍ଚ୍ଚନା, ନାମ ସଂକୀର୍ତ୍ତନ, ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । କୋଠପଦା ବଜାର କମିଟିର ସଦସ୍ୟ ଏବଂ କୁହୁଣ୍ଡା,ବନଗୁରିଆ, କୋଠପଦା, ଶଙ୍ଖପୁର, ଧଉଳିଆ, ହରଗୋବିନ୍ଦପୁର ଅଂଚଳର ବହୁ ମୁରବୀ, ଯୁବକ ଏବଂ ବ୍ୟବସାୟୀ ମାନଙ୍କ ସହଯୋଗରେ ଏହି ଉତ୍ସବ ପାଳିତ ହୋଇଆସୁଛି । ଚଳିତ ବର୍ଷ ଏହି ଉତ୍ସବକୁ ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗ ମିଳିଥିବାରୁ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
