କୁଶଭଦ୍ରା ନଦୀକୁ ଖସିଲା କଟକ ସଦର ଵିଡିଓ ଙ୍କ କାର, ଗୁରୁତର ଅବସ୍ଥାରେ ପତିପତ୍ନୀ ଉଦ୍ଧାର, ଡାକ୍ତର ଖାନାରେ ଭର୍ତି

କଟକ ସଦର,୨୬/୦୭/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା) ଆଜି ଶନିବାର । କଟକ ଜିଲାପାଳ  ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଅଫିସ ଖୋଲା ରହିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଅଫିସ ରେ ଉପସ୍ଥିତ ରହିବା ପାଇଁ ଜିଲାପାଳଙ୍କ ନିଦ୍ଧେଶ ଥିବା ବେଳେ ଜିଲାପାଳଙ୍କ ନିଦ୍ଧେଶ କୁ ଅବଜ୍ଞା କରି କଟକ ସଦର ଵିଡିଓ ପ୍ରତୀକ ସାହୁ କେଉଁ କାରଣରୁ ପତ୍ନୀ ରଶ୍ମି ସାହୁ ଙ୍କ ସହିତ ନିଜର ବ୍ୟକ୍ତିଗତ କିୟା କାର ଯୋଗେ କୋଣାର୍କ ବୁଲିବାକୁ ଯାଇଁ ଦୂର୍ଘଟଣାର ଶିକାର ହେଲେ ତାହା ଏଵେ ଉଦବେଗଜନକ ଭାଵନା ସୃଷ୍ଟି କରିଛି।

ପ୍ରକାଶ ଯେ ଭିଡିଓ ପ୍ରତିକ ସାହୁ ପତ୍ନୀଙ୍କ ସହିତ କୋଣାର୍କ ଵୁଲିସାରି ନିକଟସ୍ଥ ଲୋଟସ ହୋଟେଲ କୁ ଖାଇବା ପାଇଁ ଯାଇଥିଲେ। ହୋଟେଲ କୁ ଯିବା ପୁର୍ବରୁ  ପାର୍କିଂ ସ୍ଥଳରେ କାର ପାର୍କିଂ ପାଇଁ ବ୍ୟାକ୍ କରୁଥିବା ବେଳେ ଅସାବଧାନତା ପାଇଁ ବେଳାଭୂମିରେ ଥିବା କୁଶଭଦ୍ରା ନଦୀକୁ କାର ସହିତ ଖସିପଡ଼ିଥିଲେ। ଖଵର ପାଇ ଲୋକମାନଙ୍କ ସହିତ କୋଣାର୍କ ରେ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀ ମାନେ ପତିପତ୍ନୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନା ଓ ପରେ ପୁରୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏଥିସହିତ ନଦୀରୁ କାର କୁ ମଧ୍ୟ ଉଦ୍ଧାର କରାଯାଇଥିବା ଖବର ମିଳିିଛି।

 

Leave a Reply

Your email address will not be published. Required fields are marked *