ଭୁବନ ୦୬/୦୨/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଥାନା ଅନ୍ତର୍ଗତ ଭୁଷଳ ଉପର ସାହିର ଏକାଦଶୀ ନାୟକ ଙ୍କ ପୁତ୍ର କିର୍ତ୍ତନ ନାୟକ (୩୩ ) ଭାରସାମ୍ୟ ହରାଇ ଗଛରେ ପିଟିହୋଇ ମୃତ୍ୟୁ ବରଣ କରିଛନ୍ତି । କିର୍ତ୍ତନ ନାୟକ ଭୁବନ ବଜାରରୁ କାମସାରି ବାଇକ୍ ଯୋଗେ ଘରକୁ ଫେରିବା ସମୟରେ ଭୁଷଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଛିଟିକି ପଡ଼ିଥିଲେ । ଫଳରେ କିର୍ତ୍ତନ ଙ୍କ ଛାତିରେ ଗଭୀର ଆଘାତ ହୋଇଥିବା ବେଳେ ପାଟିରୁ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଭୁବନ ପୋଲିସ ଏହାର ତଦନ୍ତ କରିବା ସହିତ ଶବ ବ୍ୟଭଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଗଛରେ ପିଟିହୋଇ ବାଇକ ଚାଳକ ମୃତ
