କଟକ ସଦର,୧୮/୦୯/୨୦୨୫(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା)- ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ)-୨୦୨୫ ସଂସ୍କରଣ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମରେ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓପିଟିଏଲ ଟ୍ରଫିକୁ ଉନ୍ମୋଚନ କରିଥିଲେ ।

ଲିଗ୍ ର ବ୍ରାଣ୍ଡ ଆମ୍ବାସଡ଼ର ପୂର୍ବତନ ଭାରତୀୟ ଦଳର ଅଲରାଉଣ୍ଡର ଇରଫାନ ପଠାନ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ, ଫାଓ ସଂପାଦକ ଆଶୀର୍ବାଦ ବେହେରା, ଓସିଏ ସଂପାଦକ ସଂଜୟ ବେହେରା ଓ ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ , ଆାରିଭାର କୋ ଫାଉଣ୍ଡର ତଥା ନିର୍ଦେଶକ କେ ଗୁପ୍ତା, ରାଉରକେଲା ଷ୍ଟିର୍ଲସ ଫ୍ରାଞ୍ଚାଇଜ ତତ୍ତ୍ବାବଧାରକ ତନିଶା ଜୈନ, କଟକ ପାନ୍ଥର୍ସ ଫ୍ରାଞ୍ଚାଇଜ ତତ୍ତ୍ବାବଧାରକ ଶୈଳେନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଙ୍କୁ ଓସିଏ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓଡ଼ିଶା ପ୍ରୋ ଟ୍ବେଣ୍ଟି୨୦ ଲିଗ ପ୍ରଥମ ମ୍ୟାଚର ଟସ୍ ପକାଇବା ସହ ଘଣ୍ଟି ବଜାଇ ଖେଳ ଶୁଭାରମ୍ଭ କରିଥିଲେ।ଉଦଘାଟନୀ ଉତ୍ସବ ପ୍ରାରମ୍ଭରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୂଚନାଯୋଗ୍ୟ, ୧୬ ଦିନିଆ ଏହି ପ୍ରତିଯୋଗିତାରେ ୬ଟି ଦଳ ଭାଗ ନେଇଛନ୍ତି । ଓଡ଼ିଶା କି୍ରକେଟ ଆସୋସିଏସନ (ଓସିଏ) ଏବଂ ଆରିଭା ସ୍ପୋର୍ଟସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଲିଗ ରେ ମୋଟ ୧୮ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ୨୬ ତାରିଖରେ ଖେଳାଯିବ ।
ଉଦଘାଟନୀ ମ୍ୟାଚ କଟକ ପାନ୍ଥର୍ସ ଓ ଭୁବନେଶ୍ୱର ଟାଇର୍ଗସ ମଧ୍ୟରେ ଖେଳାଯାଇଥିଲା । କଟକ ପାନ୍ଥର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତିି ନେଇଥିଲା । ଖେଳ ଦେଖିବା ପାଇଁ ପଡ଼ିଆରେ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ ।
