ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ  ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଶୋକ

ଭୁବନେଶ୍ୱର,୧୭/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ  ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ଏହି ଶୋକବ୍ୟକ୍ତ ରେ ସେ କହିଛନ୍ତି ଯେ ସ୍ବର୍ଗତ ଡ଼. ଦେବେନ୍ଦ୍ର ପ୍ରଧାନ ଭାରତ ରାଜନୀତିରେ ଜଣେ ଦକ୍ଷ ସାଂସଦ ଓ ଜନପ୍ରିୟ ନେତା। ୧୯୯୯ ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସେ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ।

ରାଜ୍ୟ ବିଜେପିର ସଭାପତିତ୍ୱ କରି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଆଦର୍ଶକୁ  ସୁଦୃଢ କରିଥିଲେ।  ରାଜ୍ୟର ବିକାଶ ପାଇଁ ସେ ସଂକଳ୍ପବଦ୍ଧ ଥିଲେ।  ଏଭଳି ଜଣେ ନୀତିନିଷ୍ଠ ବ୍ୟକ୍ତିତ୍ୱଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି।

 

Leave a Reply

Your email address will not be published. Required fields are marked *