Breaking News : ରେଙ୍ଗାଲିରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ମଣ୍ଡଳ କୁ ପୁଲିସ ର ଏନକାଉଣ୍ଟର

ରେଙ୍ଗାଲି /ସମ୍ବଲପୁର, ୧୬/୦୯/୨୦୨୫ (ଓଡ଼ିଶା ସମାଚାର)- ସମ୍ବଲପୁର  ଜିଲା ରେଙ୍ଗାଲି ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କୁ ପୁଲିସ ଏନକାଉଣ୍ଟର କରିଛି। ହତ୍ୟା ଉଦ୍ୟମ, ଡକାୟତି, ଚୋରା ବନ୍ଧୁକ କାରବାର, ଚୋରି ସମେତ ୨୧ରୁ ଅଧିକ ସଙ୍ଗିନ ମାମଲା ଥିବା କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳ (୩୭) କୁ ପୁଲିସ ଏନ୍କାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ଦୀପକ ର ଗୋଡ଼ରେ ପୁଲିସ ର ଗୁଳି ବାଜିଛି। ପରେ ପୁଲିସ ତା’କୁ ଚିକିତ୍ସା ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି କରିଛି।

ସୂଚନା ଅନୁସାରେ, ଦୀପକ ନାଁରେ ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି। ପୁଲିସ ତା’କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ମଙ୍ଗଳବାର ଚଢ଼ାଉ ସମୟ​‌ରେ ଦୀପକ ପୁଲିସ ଉପରକୁ ପ୍ରଥମେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଫଳରେ ପୁଲିସ ପାଲଟା ଦୀପକକୁ ଲକ୍ଷ୍ୟ କରି ୨ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଦ୍ବିତୀୟଟି ତାର ଡାହାଣ ଗୋଡ଼ରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରେଙ୍ଗାଲି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ବିପଦମୁକ୍ତ ଥିବା ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର କହିଛନ୍ତି । ଫଳରେ ପୁଲିସ ପାଲଟା ଗୁଳି ଚଳାଇଥିଲା।

  ଦୀପକ ସମ୍ବଲପୁର ସହର ଦେହେରିପାଲିର ବାସିନ୍ଦା। ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ରଙ୍କ ସୂଚନା ଅନୁସାରେ, ୩ ମାସ ହେଲା ବୁର୍ଲା ଡକାୟତି ମାମଲାରେ ଫେରାର ଥିବା ଦୀପକ ମଣ୍ଡଳକୁ ପୁଲିସ ଖୋଜୁଥିଲା। ଆଜି ସେ ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲାରେ ବୁଲାବୁଲି କରୁଥିବା ରେଙ୍ଗାଲି ଥାନା ଅଧିକାରୀଙ୍କୁ ସୂଚନା ମିଳିଥିଲା। ରେଙ୍ଗାଲି ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ତା’ର ପିଛା କରିବାବେଳେ ରମ୍ପେଲା ଜଙ୍ଗଲରେ ପୁଲିସ ଓ ଦୀପକ ମୁହାଁମୁହିଁ ହୋଇଥିଲେ। ଅଚାନକ ଦୀପକ ପୁଲିସ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିଲା।

ଏହା ଦେଖି ଦୀପକ ଉପରକୁ ରେଙ୍ଗାଲି ଥାନା ଅଧିକାରୀ ଗୁରୁଦେବ ପ୍ରଦୀପ ପାଲଟା ଗୁଳିଚାଳନା କରିଥିଲେ। ଯେଉଁଥିରେ ଦୀପକ ଆହତ ହୋଇଥିଲା। ମାଡ଼ପିଟ ଚୋରି, ରାହାଜାନି, ଡକାୟତି, ଛିନ୍‌ତାଇ, ଅସ୍ତ୍ର କାରବାର, ହତ୍ୟା ଉଦ୍ୟମ ଆଦି ଧର୍ତ୍ତବ୍ୟ ଅପରାଧରେ ସେ ଜଡ଼ିତ ଥିଲା। ୨୦୨୫ ମସିହାରେ ବୁର୍ଲାରେ ଡକାୟତି କରି ଫେରାର ହୋଇ ଯାଇଥିଲା । ଦୀପକ ବିରୁଦ୍ଧରେ   ଅଇଁଠାପାଲି ଥାନାରେ ୧୦, ବୁର୍ଲା ଥାନାରେ ୩, ଧନୁପାଲି ଥାନାରେ ୧, କ୍ଷେତରାଜପୁର ଥାନାରେ ୨, ସମ୍ବଲପୁର ସଦର ଥାନାରେ ୧ ଓ ଟାଉନ ଥାନାରେ ୪ଟି ମାମଲା ରହିଛି। ଆଜିର ଏନ୍‌କାଉଣ୍ଟର୍‌ ସହିତ ୬ ମାସରେ ସମ୍ବଲପୁରରେ ୫ଟି ଏନ୍‌କାଉଣ୍ଟର୍‌ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *