ଗଜପତିରେ ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼

ପାରଳାଖେମୁଣ୍ଡି,୦୫/୦୧/୨୦୨୬ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପ୍ରେମ ସମ୍ପର୍କକୁ ନେଇ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି. । ଏଥିରେ ଯୁବକ ଜଣକ ଗୁରୁତର ଥିବା ଯୋଗୁଁ ତାଙ୍କୁ ଉଚ୍ଚ ଓ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୂର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି. । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଢେପାସାହି ଗ୍ରାମରେ ଦୀର୍ଘଦିନ ଧରି ପ୍ରେମସମ୍ପର୍କକୁ ନେଇ ବିବାଦ ଲାଗି ରହିଥିଲା। ଯାହା ଫଳରେ ଆଜି ଗ୍ରାମରେ ଏକ ବୈଠକ ଆୟୋଜନ କରାଯାଇଥିଲା।

ଗ୍ରାମର ଲାଜର ପ୍ରଧାନ ନାମକ ଜଣେ ଯୁବକ ଏକ ତରଫା ପ୍ରେମ କରି ସେହି ଗ୍ରାମର ଏକ ଝିଅକୁ ଜୋର୍ ଜବରଦସ୍ତି କିଛି ଦିନ ତଳେ ଉଠାଇ ନେଇଥିଲେ। ପରିବାର ଲୋକେ ଖୋଜା ଖୋଜି କରି ଆଣି ଝିଅକୁ ଅନ୍ୟତ୍ର ବିବାହ କରାଇଥିଲେ । କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁକୁ ଆସିଥିଲା ତାହାର ଫାଇଦା ନେବାକୁ ପୁଣି ଚେଷ୍ଟା କରିଥିଲା ଲାଜର। ଲାଜର ପୁଣି ଝିଅକୁ ଜୋର୍ ଜବରଦସ୍ତି ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା । ପୁଣି ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁରେ ଏକ ବୈଠକ ଆୟୋଜନ କରିଥିଲେ. ।

ସେହି ସମୟରେ ସେହି ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକ ପିସ୍ତଲ ଦ୍ୱାରା ଗୁଳି କରିଥିଲା । ଯାହା ଫଳରେ ଗୁଳିଟି ଅନୀଲ କୁମାର କରାଡ ନାମକ ଜଣେ ଯୁବକଙ୍କ ଡାହାଣ ଗୋଡ଼ରେ  ବାଜିଥିଲା। ଯୁବକଙ୍କୁ ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସା ପରେ ଗୋଡ଼ରେ ଗୁଳି ରହି ଯୁବକ ଜଣକ ଗୁରୁତର ଥିବା ଯୋଗୁଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଗୁଳିକାଣ୍ଡ କରିଥିବା ଯୁବକ ଜଣକ ଫେରାର ଅଛନ୍ତି । ଘଟଣା ନେଇ ମୋହନା ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି  ।

Leave a Reply

Your email address will not be published. Required fields are marked *