ଖଲ୍ଲିକୋଟ, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ଏନଏସି ୧୧ ନମ୍ବର ୱାର୍ଡ଼ର କାଉନସିଲର ନାରାୟଣ ବାରିକ ଙ୍କ ଦୋକାନ ଓ ଘର ଆଗରେ ଫୁଟିଛି ଗୁଳି । ତାଙ୍କ ଭାଇ ଙ୍କୁ ୩ / ୪ ଜଣ ଯୁବକ ମାଡ଼ ମାରିଛନ୍ତି ଓ ଫାଙ୍କା ଗୁଳି ଫୁଟାଇଛନ୍ତି । କାଉନସିଲର ନାରାୟଣ ବାରିକ ଙ୍କ ଘରେ ପଶି ତାଙ୍କ ଭାଇ ଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଭାଙ୍ଗି ଦେଇଛନ୍ତି ।
ଏକ କାର ରେ ୩ /୪ ଜଣ ଯୁବକ ଆସି ଏହି କାଣ୍ଡ ଘଟାଇଛନ୍ତି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।