କେନାଲକୁ ଅଟୋ ଓଲଟି ସ୍କୁଲ ପିଲାମାନେ  ଆହତ, ଡାଇଭର ଗୁରୁତର

ସାଲେପୁର,୧୬/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) -ସାଲେପୁର  ଆଦର୍ଶ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଅଟୋ ଭାରସାମ୍ୟ ହରାଇ କେନ୍ଦ୍ରାପଡା କେନାଲ ର ଶାଖା କେନାଲକୁ ଓଲଟି ପଡିଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପିଲାମାନଙ୍କ ସମେତ ଡ୍ରାଇଭରକୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନେଇଥିଲେ।

ଘଟଣା ଘଟିଛି ସ୍ଥାନୀୟ ବାଲିସାହି ପଞ୍ଚାୟତର କୈବତ୍ତସାହି ଶାଖା କେନାଲ ରୋଡ ରେ । ଅଟୋ ରେ ୧୦ରୁ ଉଦ୍ଧ୍ୱ ପିଲାମାନେ ଥିବା ଜଣାଯାଇଛି। ପିଲାମାନଙ୍କୁ ଚିକିତ୍ସା କରାଯାଇଥିବା ବେଳେ ଡାଇଭର ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟୋକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି। ତେବେ ଏକ ବଡ଼ ଅଘଟଣ ଟଳି ଯାଇଛି ।

Leave a Reply

Your email address will not be published. Required fields are marked *