ଭୁବନ ୧୬/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ ପ୍ରଭାତ କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ବିଡ଼ିଓ ଶ୍ରୀମତି ଆୟୁଶି ମହାପାତ୍ର ଯୋଗ ଦେଇ ନାରୀ ଶକ୍ତି ହିଁ ଦେଶ କୁ ଏକ ସୁଦୃଢ଼ ଶାସନ ଦେଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ରୂପେ ଆଇ ସି ସି ମୁଖ୍ୟ ଅଧ୍ୟାପକ ପ୍ରଫୁଲ୍ଲ କୁମର ଭୂୟାଁ, ସଦସ୍ୟା ଅଧ୍ୟାପିକା ଦେବଯାନୀ ପାଣି, ଖିରାବ୍ଧୀ ସାହୁ, ଦୀପା ସାମଲ, ଋତୁପର୍ଣ୍ଣା ପୃଷ୍ଟି, ଦୁର୍ଯୋଧନ ଜେନା ଙ୍କ ସମେତ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା କର୍ମଚାରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
