ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସମାଜ ସେବୀ ଅମୂଲ୍ୟ ମହାପାତ୍ରଙ୍କ ବିୟୋଗ

ଢେଙ୍କାନାଳ, ୧୦/୧୧/୨୦୨୫(ଓଡ଼ିଶା ସମାଚାର)- ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସମାଜ ସେବୀ ଅମୂଲ୍ୟ ମହାପାତ୍ରଙ୍କ ୭୪ ବର୍ଷ ବୟସ ରେ ହ।ଟରୋଡ ସ୍ଥିତ ବାସଭବନରେ ବିୟୋଗ ଘଟିଛି ।  ଚିତ୍ରଶିଳ୍ପୀ ଭାବରେ ସାରା ଓଡ଼ିଶା ରେ ତାଙ୍କର ସୁନାମ ରହିଥିଲା ।  ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ସେ ଚିତ୍ରଶିଳ୍ପୀ ଭାବରେ ସମ୍ମାନିତ ହୋଇଥିଲେ ।  ସମାଜ ସେବା ତାଙ୍କର ବ୍ରତ ଥିଲା ଜଣେ ସ୍ନେହୀ ପରୋପକାରୀ ଧର୍ମପରାୟଣ ବ୍ୟକ୍ତି ଭାବରେ ସେ ଅଞ୍ଚଳ ରେ ପରିଚିତ ଥିଲେ । ସାନ୍ଧ୍ୟ ମହାବିଦ୍ୟାଳୟ ହାଟରୋଡ ଲକ୍ଷ୍ମୀପୂଜା ଓ ହନୁମାନ ମନ୍ଦିର ଇତ୍ୟାଦି କରିବାରେ ତାଙ୍କ ଅବଦାନ ଅତୁଳନୀୟ ।

 ତାଙ୍କ ମୃତରେ ଅଞ୍ଚଳରେ ଶୋକରେ ଚାୟା ଖେଳି ଯାଇଛି । ମରଶରୀର ପାଖରେ ଝିଅ ଜୁଆଁଇ ନାତି ନାତୁଣୀ ଉପସ୍ଥିତ ଥିଲେ ।  ସ୍ୱର୍ଗତ ମହାପାତ୍ର ଜିଲ୍ଲା ବିଜେଡି ମହିଳା ଉପ ସଭାନେତ୍ରୀ ଟିନା ମହାପାତ୍ରଙ୍କ ପିତା ।  ତାଙ୍କ ବିୟୋଗରେ ବିଶିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ, ଯୁବ ସମାଜ ସେବୀ ଡାକ୍ତର ଅବିନାଶ ସାମଲ ପ୍ରଭୁତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।  ଓ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *