ଭୁବନ କୁ ସବଡିଭିଜନ୍ କରିବାକୁ ଦାବି

ଭୁବନ ୧୬/୦୯/୨୦୨୫ (ଓଡ଼ିଶା ସମାଚାର)-  ଏସିଆ ମହାଦେଶର ସର୍ବ ବୃହତ୍ତମ ଗ୍ରାମ ଭାବେ ପରିଚିତ ଭୁବନ ୧୯୭୨ ମସିହାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନ୍ ଏ ସି ) ହୋଇଥିଲା । ଦୀର୍ଘ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେହି ଏନ୍ ଏ ସି ରେ ସୀମିତ ରହିଛି । ସବୁ ଯୋଗ୍ୟତା ଥାଇ ମଧ୍ୟ ସବ ଡିଭିଜନ ହୋଇପାରିନାହିଁ । ଭୁବନ କୁ ସବ ଡିଭିଜନ ଘୋଷଣା ଦାବିରେ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଡଃ ସୁବାଷ ନାୟକ ଙ୍କ ଆବାହକତ୍ୱରେ କ୍ରିୟାନୁଷ୍ଠାନ କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଭୁବନ ପଞ୍ଚାୟତ ସମିତି (ବ୍ଲକ ) ଓ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି ) ଭୌଗୋଳିକ ପରିସୀମା ତଥା ଜନସଂଖ୍ୟା ଓ ସରକାର ଙ୍କ ନୋଟିଫିକେସନ ଆଧାର ରେ ଅନୁଷ୍ଠିତ ପ୍ରଥମ କ୍ରିୟାନୁଷ୍ଠାନ କମିଟି ବୈଠକରେ  ସର୍ବସମ୍ମତ କ୍ରମେ ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା ।

ଏହି ବୈଠକ ରେ ପୂର୍ବତନ ନଗରପାଳ ନରହରି ସାହୁ , ଢେଙ୍କାନାଳ ଜିଲ୍ଲା ଖାଉଟି ସୁରକ୍ଷା ମୀମାଂଶା ପୀଠ ର ପୂର୍ବତନ ସଭାପତି ଆଡ଼ଭୋକେଟ ସନାତନ ଗୁରୁ , ବିଜେଡି ନେତା ଅଜୟ ସେଠୀ,ବିଜେପି ନେତା ସନାତନ ପାତ୍ର, ନାବାଡ଼ ର ଆବସର ପ୍ରାପ୍ତ ଏଜିମ ମାୟାଧର ନାୟକ, ଏବିଭିପି ଓଡ଼ିଶା ର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ , ସମାଜସେବୀ ରାମଚନ୍ଦ୍ର ନାୟକ, କାପୁଡିଆ ସମାଜ ଜିଲ୍ଲା ସଭାପତି ରାମ ଚନ୍ଦ୍ର ରାଉତ , କାଳୀ ବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ , ଦୁର୍ଗା ବଜାର ବଣିକ ସଂଘ ବରିଷ୍ଠ ସଭ୍ୟ ଶ୍ରୀ ଶ୍ରୀକାନ୍ତ ସାହୁ , ଆଡ଼ଭୋକେଟ ଶ୍ରୀନିବାସ ଗୁରୁ, ଯୁବ ସମାଜସେବୀ ଲଷ୍ମୀଣ ଦାସ,ଆମ୍ବୁଜ ସାହୁ ,ନିରଞ୍ଜନ ଗୁରୁ, କାଉନସିଲର ପପୁ କୁମାର ସାହୁ,ବରିଷ୍ଠ ନାଗରିକ ଦୁର୍ଗା ପ୍ରସାଦ ପୃଷ୍ଟି,ରଥ ସେଠୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା ଓ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରମୁଖ ଯୋଗଦେଇ ସବଡିଭିଜନ ପାଇଁ ମତାମତ ଦେଇଥିଲେ ।

କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ନେତୃତ୍ୱ ରେ ସରକାର ଙ୍କ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ ସହିତ କରି ଭୁବନ କୁ ସବ ଡିଭିଜନ ଘୋଷଣା କରିବାକୁ ଦାବି ଉପସ୍ଥାପନା କରାଯିବାକୁ ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *