କେନ୍ଦ୍ରାପଡ଼ା, ୧୬/୦୯/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ଆଳି, ରାଜକନିକା ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମୁଦାୟ ୬୬୧ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯିବା ସହିତ ୫ ଜଣଙ୍କୁ ଗିରଫ କରାଯାଇଛି ।
ଦଧିବାବନପୁର ଗ୍ରାମର ଉପେନ୍ଦ୍ର ମଳିକ(୩୨)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ଗଜରାଜପୁର ଗ୍ରାମର ଗୁରୁଚରଣ ପରିଡା(୪୧)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ତିଖିରୀ ଗ୍ରାମର ଆଶିଷ ବେହେରା(୨୫)ଙ୍କ ଠାରୁ ୫୬୦ ଲିଟର ଦେଶୀ ରନ୍ଧା ମଦ, ମାଲଢ଼ିଆ ଗ୍ରାମର ଆଲୋକ ସ୍ୱାଇଁ(୪୮)ଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, କୁଅଁରପୁର ଗ୍ରାମର ଯଦୁମଣି ମୁର୍ମୁ(୪୩)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ ଜବତ କରାଯାଇ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସେମାନଙ୍କ ନିକଟରୁ ସମୁଦାୟ ୬୬୧ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇଛି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
