ନିମାପଡା, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ହୋଇଥିବା ଦୁର୍ନୀତି ବିରୁଦ୍ଧରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଁଚିଛି । ପ୍ରବଳ ବର୍ଷା ସତ୍ୱେ ପରିଚାଳନା କମିଟି ସଭାପତି ଘଟଣାସ୍ଥଳକୁ ଆସନ୍ତୁ ବୋଲି ଦାବୀକରି ଛାତ୍ରୀଛାତ୍ରମାନେ କଲେଜ ପରିସରରେ ଧାରଣାରେ ବସିରହିଥିଲେ । ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ । ଘଟଣାସ୍ଥଳରେ ନିମାପଡ଼ା ଆଇଆଇସି ବାମଦେବ ସ୍ୱାଇଁ ପହଂଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥିଲେ । ଆଇଆଇସି ଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପିତା ରାଜଗୁରୁ ସ୍ପଷ୍ଟୀକରଣ କରଣ ଦେବାପରେ ସାମୟିକ ଭାବେ ଛାତ୍ର ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଆନ୍ଦୋଳନକରି କହିଛନ୍ତି । ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ଉଗ୍ରରୁପା ଧାରଣକରିବବୋଲି ଛାତ୍ରୀଛାତ୍ର ମାନେ ଚେତାବନୀ ଦେଇଛନ୍ତି । ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବହୁ ପୁରାତନ ଛାତ୍ର । କଲେଜ ବହୁଦିନରୁ ଘୋଟଲା ଚାଲିଛି । ଏଥିରେ ପ୍ରଭାବଶାଳୀ ମାନେ ସମ୍ପୃକ୍ତ ଅଛନ୍ତି । ମାମଲାକୁ ନେଇ ରାଜ୍ୟ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ମାମଲା ୠଜୁକରାଯିବ ବୋଲି ପୁରାତନ ଛାତ୍ର ସୁଧୀର ମହାନ୍ତି, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଏବଂ ଛାତ୍ର ନିରୋଦ ବରଣ ଖୁଣ୍ଟିଆ, ଶ୍ୟାମସୁନ୍ଦର ନାୟକ ମିଳିତବିବୃତିରେ କହିଛନ୍ତି । ମୋ ସମୟରେ ମହାବିଦ୍ୟାଳୟରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଅଧକ୍ଷା ଶ୍ରୀମତୀ ରାଜଗୁରୁ କହିଛନ୍ତି ।
ଛାତ୍ରଆନ୍ଦୋଳନ ଦ୍ୱିତୀୟ ଦିନରେ ଅଧ୍ୟକ୍ଷାଙ୍କ ସ୍ପଷ୍ଟୀକରଣ ପରେ ସ୍ଥଗିତ ରହିଲା ଆନ୍ଦୋଳନ
