କେନ୍ଦ୍ରାପଡ଼ା,୧୬/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବରେଡକ୍ରସ ୟୁନିଟ ପକ୍ଷରୁ ବିଶ୍ୱ ଆଶୁଚିକିତ୍ସା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଯୁବରେଡକ୍ରସ ର ପରାମର୍ଶଦାତା ତଥା ଜିଲା ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷର ବିଷୟବସ୍ତୁ ‘ଆଶୁ ଚିକିତ୍ସା ଓ ଜଳବାୟୁ ପରିବର୍ତନ’ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏଥିରେ ସମ୍ମାନୀତ ଅତିଥି ଭାବେ ଆଇ.କୁ୍ୟ.ଏ.ସି. ସଂଯୋଜିକା ଡ. ଦିପ୍ତୀ ରାୟ ଏବଂ ଏନସିସି ଅଫିସର(ବାଳକ ବିଭାଗ) ଲେଫ୍ଟନାନ୍ଟ ରଜନୀକାନ୍ତ ତ୍ରିପାଠୀ ଯୋଗଦେଇ ବିଷୟବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ୧୫୦ରୁ ଉଦ୍ଧ୍ୱର୍ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମହାବିଦ୍ୟାଳୟରେ ଏକ ଜିଲା ସ୍ତରୀୟ ଆଶୁଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଯୁବରେଡକ୍ରସ ର ସ୍ୱେଛାସେବୀ ମନୋଜ କୁମାର ଲେଙ୍କା, ପ୍ରତିଭା ରାୟ, ଆଶୁତୋଷ ମାଝୀ, ସଶ୍ମିତା ସାହୁ, ଭବାନିଶଙ୍କର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
