ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ, ବିଳମ୍ବିତ ରାତିଯାଏ ଫକିରପଡା ବାସଭବନରେ ଖାନତଲାସ 

କଟକ ସଦର,୧୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚତୃଥ ଶ୍ରେଣୀ କର୍ମଚାରୀ ଥିବା ବାପାଙ୍କ ମୃତ୍ୟୁ ପରେ କିରାଣୀ ଭାବେ ଚାକିରି ପାଇଥିବା ଏଵଂ ପରବର୍ତ୍ତୀ ସମୟରେ ପଦୋନ୍ନତି ପରେ ପଦୋନ୍ନତି ପାଇ ଏଵେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଚିତ୍ତରଞ୍ଜନ ରାଉତ ଗତକାଲି ଶୁକ୍ରବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣାପଡିଛି।

ଚିତ୍ତରଞ୍ଜନ ନୟାଗଡ଼ରେ ଗତ ତିନିବର୍ଷ ବହୁ ଦୂର୍ନିତୀରେ ଲିପ୍ତ ଥିବା ଅଭିଯୋଗ ହୋଇଆସୁଥିଲା ବେଳେ ଭିଜିଲାନ୍ସ ସ୍କାନରରେ ଥିଲେ। ପ୍ରକାଶ ଯେ ୨୨ ଜଣ ଶ୍ରମିକଙ୍କୁ ଲେବରକାର୍ଡ କରାଇ ଦେବାକୁ ବହୁଦିନ ହେଲା ହଇରାଣ ହରକତ କରି ଶେଷରେ ଗତକାଲି ଜନୈକ ଶ୍ରମିକ ନେତାଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭୁବନେଶ୍ଵର ଭିଜିଲାନ୍ସ ଟିମ୍ ଜାଲରେ ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚୁଆ ଅଧିକାରୀ ଚିତ୍ତରଞ୍ଜନ ଙ୍କୁ ରେଡ୍ ହ୍ୟାଣ୍ଡ୍ ରେ କାଵୁକରି ଗିରଫ କରିଥିବା ଜଣାଯାଇଛି।

ଏଥିସହିତ ରହୁଥିବା ଭଡ଼ାଘରେ ଚଢାଉକରି କେତେ ଗୁଡିଏ ଖାମ୍ ଭିତରେ ଥିବା ଟଙ୍କା ଜବତ କରିବା ସହିତ ତାଙ୍କ ପୈତୃକ କନ୍ଦରପୁର ଥାନା ଅନ୍ତର୍ଗତ ଫକିରପଡା ଘର ଉପରେ ଚଢାଉ କରି ବିଳମ୍ବିତ ରାତି ପର୍ୟ୍ୟନ୍ତ ଖାନତଲାସୀ ଚଳାଇ ଫେରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *