ନୂଆଗାଁ ଗ୍ରାମଦେବତୀ ମା ଅମୃତମୟୀଙ୍କ ବାର୍ଷିକ ଉତ୍ସବ ।

 ଜଗତସିଂହପୁର,୧୭।୦୨।୨୦୨୪ (ଓଡ଼ିଶା ସମାଚାର)  : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମଦେବତୀ ମା ଅମୃତମୟୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।  ମାଙ୍କ ପାଖରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ଅହୋରାତ୍ର ଚତୁର୍ଥ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଛି ।  ଏଥିରେ ସରପଞ୍ଚ  ସୁରେନ୍ଦ୍ର କୁମାର  ଶତପଥୀ,ପଞ୍ଚାୟତି ସମିତି ସଭ୍ୟ, ଗ୍ରାମବାସି ମାନଙ୍କ ମଧ୍ୟରେ ଶତ୍ରୁଘ୍ନ ସାସ୍ମଲ୍,ସୁଦର୍ଶନ ମହାପାତ୍ର,ବିଜୟ କୁମାର ସାହୁ(କାଳିଆ ଭାଇ),ନୀଳମଣି ଓଝା,ଟୁନା ଭାଇ, ବିଶ୍ଵନାଥ ପଣ୍ଡା,ବାବୁଲି ସେଠୀ, ସମାଜ ସେବୀ ଭଞ୍ଜନ ମହାପାତ୍ର ଓ ଗ୍ରାମର ବୁଦ୍ଧିଜୀବୀ ଓ ଆବାଳ ବୃଦ୍ଧ ବନିତା ସମସ୍ତେ ଉପସ୍ଥିତ ରହି ପୂର୍ଣ୍ୟାହୁତି ସାରି ପ୍ରାସାଦ ସେବନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *