ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା, ୦୮/୬/୨୦୨୪ (ଓଡ଼ିଶା ସମାଚାର)- ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି। ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ମୃତ ଛାତ୍ର ଦ୍ବୟ ହେଲେ ରଜତ ସାହୁ (୨୧) ଓ ସମୀର ନାୟକ (୨୩)। ସୂଚନା ଅନୁସାରେ ରାଉରକେଲା ଏନ୍ଆଇଟିକୁ ଇଣ୍ଟରନସିପ୍ ପାଇଁ ଆସିଥିବା ୫ ଜଣ ଛାତ୍ର ଓ ଜଣେ ଛାତ୍ରୀ ଆଜି ବେଦବ୍ୟାସ ମନ୍ଦିରକୁ ବୁଲିବାକୁ ଯାଇଥିଲେ। ସେମାନେ ମନ୍ଦିର ବୁଲାବୁଲି ସାରି ନିକଟରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତ ଛାତ୍ରଛାତ୍ରୀ ଭାସି ଯାଇଥିଲେ। ବହୁ କଷ୍ଟରେ ୩ ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଅର୍ଥାତ ୬ ଜଣଙ୍କ ମଧ୍ୟରୁ ୪ ଜଣ ଜୀବିତ ଉଦ୍ଧାର ହୋଇଥିବାବେଳେ ରଜତ ଓ ସମୀରଙ୍କୁ ମୃତ ଭାବରେ ଉଦ୍ଧାର କରାଯାଇଥିଲା। ମୃତକ ଛାତ୍ର ଙ୍କ ମଧ୍ୟରୁ ଜଣେ ପିପିଲି ଅଂଚଳର ଓ ଅନ୍ୟ ଜଣେ ଜଳେଶ୍ୱର ଅଂଚଳର ବୋଲି ଜଣାପଡ଼ିଛି । ଉଦ୍ଧାର ଛାତ୍ର ଓ ଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *