ଉପ ନଗରପାଳ ମାନିନୀ ସାହୁ ଙ୍କୁ ନଗରପାଳ ଦାୟିତ୍ଵ

ଭୁବନ,୧୨/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଶୁକ୍ରବାର ନଗରପାଳ ଭାବେ କ୍ଷମତାସୀନ ହୋଇଛନ୍ତି । ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବା ପରେ ଦାୟିତ୍ୱରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଶ୍ରୀମତୀ ସାହୁ ଙ୍କୁ ଦାୟିତ୍ଵ ପ୍ରଦାନ କରିଥିଲେ ।

କାଉନସିଲର ଗିରିଧାରୀ ସାହୁ,କୃପାସିନ୍ଧୁ ବେହେରା,ସୁଚିତ୍ରା ସାହୁ,ରଞ୍ଜିତା ସାହୁ,ସୁଶାନ୍ତ ନାୟକ ,ନରେନ୍ଦ୍ର କୁମାର ବେହେରା,ସସ୍ମିତା ନାୟକ ,ପପୁ କୁମାର ସାହୁ,ମଞ୍ଜୁଲତା ସେଠୀ,କବିତା ସେନାପତି,ମନମୋହନ ସାହୁ,କଳ୍ପନା ବେହେରା , ଝୁନା ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ନୂତନ ନଗରପାଳ ଶ୍ରୀମତୀ ସାହୁ ଙ୍କୁ ପୁଷ୍ପଗୁଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ।

କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ନୂତନ ନଗରପାଳ ଙ୍କୁ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ ।ସୂଚନାଯୋଗ୍ୟ ଯେ,ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କୁ ରାଜ୍ୟ ସରକାର ଗତ ୯ ତାରିଖ ଦିନ ବହିସ୍କାର କରିଥିଲେ ।

 

Leave a Reply

Your email address will not be published. Required fields are marked *