ବି ଜେ ଡି ର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଙ୍କ ସାଲେପୁର ଓ ମାହାଙ୍ଗା ରେ ପ୍ରଚାର ଆରମ୍ଭ

 ସାଲେପୁର /ନିଶ୍ଚିନ୍ତକୋଇଲି, ୩୧/୦୩/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-  ଆଜି କେନ୍ଦ୍ରାପଡା ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରଥମେ ତାଙ୍କ ସଂସଦୀୟ କ୍ଷେତ୍ର ସାଲେପୁର ପାଗ ଲଷ୍ମୀନାରାୟଣ ମନ୍ଦିର ରେ ପୂଜା ଅର୍ଚନା କରି ଏକ ବିଶାଳ ଶୋଭା ଯାତ୍ରା କରି କଟକ ଚାନ୍ଦବାଲି ରାସ୍ତା ର ସାଲେପୁର ବଜ଼ାର ରେ ଥିବା ବିଜୁପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ଶହ ସାଲେପୁର ର ଆରାଧ୍ୟ ଦେବି ମା ସାହେଶ୍ୱରୀ ଙ୍କ ମନ୍ଦିର ରେ ପୂଜାର୍ଚନା କରି ମା ଙ୍କ ସାନିଧ୍ୟ ଲାଭ କରିଥିଲେ । ପରେ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ମଠ ରେ ଥିବା ରଘୁନାଥ ଜୀୟୁ ମନ୍ଦିର ରେ ପହଁଚି ଦର୍ଶନ କରିଥିଲେ ।  ଶେଷରେ ନିଶ୍ଚିନ୍ତକୋଇଲି ବଉଳ ବଜ଼ାର ରେ ଥିବା ବିଜୁ ପଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ କେନ୍ଦ୍ରାପଡ଼ା ଆଭିମୁଖେ ଯାଇଥିଲେ । ତାଙ୍କ ସାଙ୍ଗରେ ଥିଲେ ପର୍ୟ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ ସହ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜ ନଗର ବିଧାୟକ ଧ୍ରୁବସାହୁ ଏକ ବିଶାଳ ରାଲି ରେ ଯାଇଥିଲେ । ଅଂଶୁମାନ ମହାନ୍ତି କହିଛନ୍ତି ଯେ,କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁ ଙ୍କ ମାଟି । ଏଠି କେବଳ ନବୀନ ପଟନାୟକ  ଙ୍କ ଲୋକପ୍ରିୟତା କୁ ଭୋଟ ଦେଇଆସୁଛନ୍ତି ।  ଆଉ ଏଥର ମଧ୍ୟ ଲୋକ ମାନେ ନବୀନ ପଟନାୟକ ଙ୍କୁ ବିପୁଳ ସମର୍ଥନ ଦେବେ ।

Leave a Reply

Your email address will not be published. Required fields are marked *