କଟକ ସଦର,୦୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ ଠାରେ ପାରମ୍ପାରିକ ବୁଢ଼ା ଗଣେଶ ଙ୍କ ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଗତକାଲି ମଙ୍ଗଳବାର ରାତିରେ କିଶନନଗର ଥାନା ର ମାର୍ଗଦର୍ଶିକା କୁ ଅନୁପାଳନ କରି ବିନା ଶୋଭାଯାତ୍ରାରେ ଡିଜେ ମୁକ୍ତ ରୋଷଣୀ ଓ ନିଶା ମୁକ୍ତ ଭସାଣି ରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।
ଏହି ଅବସରରେ ବିସର୍ଜନ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ସରକାରୀ ପଞ୍ଜିକୃତ ପାରାଵିଲ ଗ୍ରାମ କମିଟି ଓ ସନ୍ ରାଇଜ କ୍ଲବ୍ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
କ୍ଲବ୍ ପକ୍ଷରୁ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମ ରେ ଓଡ଼ିଶା ର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଗଗନ ଜେନା ଓ ତାଙ୍କ ଗୃପଙ୍କ ଦ୍ୱାରା ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଗଗନ ଙ୍କ ‘ ମୋନାଲିସା କାହିଁ ଛାଡି ଗଲୁ ମୋତେ’ ଗୀତରେ ଦର୍ଶକ ଭରପୁର ମଜା ନେବାସହ ଗୀତର ତାଳେ ତାଳେ ଝୁମି ଥିଲେ।
ହେଲେ ପ୍ରଶାସନ ର ନିର୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ କୁ ବନ୍ଦ କରାଯାଇଥିବା ଜାଣି କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ସନ୍ତୋଷ ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।
