କଟକ ସଦର,୧୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ର ଐତିହାସିକ ବାଲିଯାତ୍ରା ପଡିଆରେ ୧୫ ଦିନ ଧରି ମହାସମାରୋହରେ ଚାଲିଥିବା ୩୨ ତମ କଟକ ଭୂଵନେଶ୍ୱର ଦୈତ୍ୟ ନଗରୀ ଗଣେଶ ମହୋତ୍ସବ ଗତକାଲି ବୁଧବାର ରାତିରେ ଉଦଯାପିତ ହୋଇଯାଇଛି।

ଏହି ଉପଲକ୍ଷେ ମହୋତ୍ସବ କମିଟିର ସଭାପତି ସରୋଜ ସିଂ ଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ,ସିଏମସି ମେୟର ସୁବାସ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା, ବାଙ୍କି ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ, ହାଇକୋର୍ଟ ବାର ସଭାପତି ମନୋଜ ମିଶ୍ର, ପୂର୍ବତନ ସଭାପତି ବିଜୟ ଦାଶ,ଗୋଲକ ମହାପାତ୍ର ପ୍ରମୁଖ ଯୋଗ ଦେଇ ଦୁଇ ନଗରୀରେ ଭାଇଚାରା ସୃଷ୍ଟି ପାଇଁ ଗଣେଶ ମହୋତ୍ସବ ଆୟୋଜନକୁ ଭୂୟସୀ ପ୍ରଶଂସା କରିଥିଲେ।
ପରିଚାଳନା ରେ କମିଟିର କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ଵଡୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହାୟତା କରିଥିଲେ। ଉଦଯାପନ ସଂଧ୍ୟାରେ ବହୁ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
