ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅବସର କର୍ମଚାରୀ ସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର,୧୧/୦୯/୨୦୨୫ (ଓଡ଼ିଶା ସମାଚାର)- ଗତକାଲି ତା ୧୦.୯.୨୦୨୫ରିଖ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅବସର କର୍ମଚାରୀ ସଂଘର ପ୍ରଥମ ସାଧାରଣ ବୈଠକ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ୭୦୦ରୁ ଅଧିକ ଅବସର କର୍ମଚାରୀ ବିଭିନ୍ନ ଜିଲାରୁ ଆସି ଯୋଗଦେଇଥିଲେ । ଗତ ମଇ ପହିଲାରୁ ଭାରତ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଓଡ଼ିଶାରେ ଥିବା ଦୁଇଟି ଗ୍ରାମ୍ୟ ବ୍ୟାଙ୍କ ଯଥା- ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ହୋଇ ନୂତନ “ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ” ଗଠିତ ହୋଇଅଛି । ସେହି ଅନୁଯାୟୀ ଉଭୟ ଗ୍ରାମ୍ୟ ବ୍ୟାଙ୍କର ସର୍ବଭାରତୀୟ ସଂଗଠନ ଏ.ଆଇ.ଆର.ଆର.ବି.ଏ. ଅଧିନରେ ଥିବା ଅବସର କର୍ମଚାରୀ ସଂଘର ମିଶ୍ରଣ ହୋଇ ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଅଛି ।

ଏଥିରେ ଏ.ଆଇ.ଆର.ଆର.ବି.ଏ. ର ମହାସଚିବ ଏସ୍. ଭେଙ୍କଟେଶ୍ୱର ରେଡ୍ଡୀ, ମୁଖ୍ୟବକ୍ତା ଓ ବି.ଇ.ଏଫ୍.ଆଇ. ର ଓଡ଼ିଶା ଶାଖାର ସମ୍ପାଦକ ଶ୍ରୀଯୁକ୍ତ ତି୍ରନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ରେଡ୍ଡୀ ତାଙ୍କ ଅଭିଭାଷଣରେ ଗ୍ରାମ୍ୟ ବ୍ୟାଙ୍କର ବର୍ତମାନ ଓ ଭବିଷ୍ୟତର କାର୍ଯ୍ୟ ଓ ଦେଶର ଅର୍ଥନୀତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନୂତନ କର୍ମକର୍ତା ନିର୍ବାଚିତ ହୋଇଥିଲେ । ଶ୍ରୀଯୁକ୍ତ ଦ୍ୱାରିକାନାଥ ପଟେଲ୍ -ସଭାପତି, ଶ୍ରୀଯୁକ୍ତ ବସନ୍ତ କୁମାର ଦାଶ- ସାଧାରଣ ସମ୍ପାଦକ, ସ୍ୱରୂପ କୁମାର ଦାସ ଓ ପ୍ରକାଶ କୁମାର ମହାପାତ୍ର – କାର୍ଯ୍ୟକାରୀ ସଭାପତି, ପି.କେ. ଭଞ୍ଜ-ଉପସାଧାରଣ ସମ୍ପାଦକ, ନିରଞ୍ଜନ ନାୟକ-କୋଷାଧ୍ୟକ୍ଷ, ପ୍ରଦୀପ୍ତ କୁମାର ମିଶ୍ର-ସାଙ୍ଗଠନିକ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି ।

ଏହି ସଭାରେ ପ୍ରସନ୍ନ କୁମାର ଗରାବଡ଼ୁ, ମନୋଜ କୁମାର ମହାନ୍ତି, ମାଧବ ଖଟିଆ, ନିରାକାର ସାହୁ, ଦେବଦାସ ମହାନ୍ତି, ଅନୁପ ଦାସ, ଅମର ମହାନ୍ତି, ଶ୍ୟାମସୁନ୍ଦର ଦାଶ, ମହେଶ୍ୱର ମହାରଣା ଓ ବେଣୁଧର ପରିଡ଼ା ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ସମ୍ପାଦନ କରିଥିଲେ । ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନେପାକ ସଭା ପରିଚାଳନା କରିଥିଲେ । ଶେଷରେ ଶ୍ରୀ ଆଶୁତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *