ବିଜେଡ଼ି ରୁ ଇସ୍ତଫା ଦେଲେ ଯୁବ ଛାତ୍ର ନେତା ହରିଶଙ୍କର ରାଉତ

କଟକ ସଦର,୧୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଣେ ଜଣାଶୁଣା ଯୁବ ସଂଗଠକ, ରେଭେନ୍ସା ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି,ବିଜୁ ଛାତ୍ର ଜନତା ଦଳର ପୂର୍ବତନ ମହାସଚିବ ହରିଶଙ୍କର ରାଉତ ଆଜି ଗୁରୁବାର ଦିନ ବିଜେଡ଼ି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି।

ରାଜ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତିନି ପୃଷ୍ଠାର ଏକ ହାତଲେଖା ଚିଠିରେ ହରିଶଙ୍କର ସିଧାସଳଖ ଦଳର ବିପର୍ଯ୍ୟୟ ପାଇଁ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ଦାୟି କରିଥିବା ବେଳେ କ୍ଷୋଭର ସହିତ ଅନେକ କଥା ଲେଖିଥିବା ଜଣାପଡିଛି।

ବିଜୁ ଛାତ୍ର ଓ ଯୁବ ବିଜେଡ଼ି ସଭାପତି ଚୟନ, ଜିଲ୍ଲା ବିଜେଡ଼ି ସଭାପତି ଚୟନ ସହିତ ଉପରାଷ୍ଟ୍ରପତି ନିର୍ବାଚନ ରେ ବିଜେଡ଼ି ମତ ଦାନରୁ ବିରତ ରହିବାକୁ ନେଇ ରାଜ୍ୟ ବିଜେଡ଼ି ରେ ଏଵେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପରିଣାମ ସ୍ୱରୂପ ଅନେକ ନେତା ଦଳ ଛାଡୁଥିଲା ବେଳେ ଅନେକ ଦଳ ଛାଡ଼ିବାକୁ ସଜବାଜ ହେଉଥିବା ଜଣାଯାଇଛି। ହେଲେ ଆଗକୁ ବିଜେଡ଼ି ର ଭାଗ୍ୟ ତଳକୁ ତଳକୁ ବୋଲି ରାଜନୀତି ପଣ୍ଡିତ ମାନେ ମତପୋଷଣ କରୁଛନ୍ତି।

 

Leave a Reply

Your email address will not be published. Required fields are marked *