ଆଉ ୩ ଦିନ ପରେ ମହାଶିବରାତ୍ରୀ: ସଜ୍ଜେଇ  ହେଉଛି ମନ୍ଦିର, ଦୀପ ଗଢିବାରେ ବ୍ୟସ୍ତ କୁମ୍ଭାର

ନିରାକାରପୁର, ୦୪/୦୩/୨୦୨୪ (ଓଡ଼ିଶା ସମାଚାର)- ଜାଗାର ତଥା ମହାଶିବରାତ୍ରୀ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ଶୈବ ପୀଠ ସଜେଇ ହେଉଛି । କୁମ୍ଭ୍ରାର ମାନେ ଦୀପ ଗଢିବାରେ ବ୍ୟସ୍ତ ରହିଛନ୍ତି।  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ଜଂକିଆ ଅଂଚଳରେ ଥିବା ବିଭିନ୍ନ ଶୈବ ପୀଠ ରେ ମହାଶିବରାତ୍ରୀ କୁ ଆଡ଼ମ୍ବରରେ  ପାଳନ କରିବାକୁ ମନ୍ଦିର କମିଟି ଗୁଡ଼ିକ ଉତ୍ତମ ବ୍ୟବସ୍ଥା କରିବା ସହିତ କିପରି ଶାନ୍ତି ଶୃଙ୍ଖଳାରେ ଭକ୍ତ ମାନେ ଠାକୁରଙ୍କ ଦର୍ଶନ କରିବେ ସେଥି ପାଇଁ ଗୁରୁତ୍ବ ଦେଇଛନ୍ତି। ସେହିପରି ମନ୍ଦିର ନୂଆ ରଙ୍ଗ ଲଗାଯାଇ ମନ୍ଦିର ବେଢ଼ା କୁ ପରିସ୍କାର କରାଯାଉଛି। ଉକ୍ତ ଦିବସରେ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବାକୁ ପୂର୍ବ ପ୍ରସ୍ତୁତି କରାଯାଉଛି। ଡ଼ିଆ କପିଳେଶ୍ୱର ଦେବ, ଲେଣ୍ଡୁ ସିଦ୍ଧେଶ୍ୱର ଦେବ, ସିକୋ ଚନ୍ଦ୍ରଶେଖର ଦେବ, ନିରାକାରପୁର ନୀଳକଣ୍ଠେଶ୍ଵର ଦେବ, ବଘେଇପୁଟ ଅନନ୍ତେଶ୍ଵର ଦେବ ଙ୍କ ସମେତ ବହୁ ଶୈବ ପୀଠ ବର୍ତ୍ତମାନ ଠାରୁ ଚଳଚଞ୍ଚଳ ହୋଇପଡିଛି। ସେହିପରି ସ୍ଥାନୀୟ ଲେଣ୍ଡୁ କୁମ୍ଭାର ମାନେ ଦୀପ ତିଆରିରେ ବ୍ୟସ୍ତ ରହିଛନ୍ତି। ସେମାନଙ୍କ ଭଲ ଦୁଇ ପଇସା ରୋଜଗାର ହେବ ବୋଲି ଆଶା କରିଛନ୍ତି।

Leave a Reply

Your email address will not be published. Required fields are marked *