ଗରଦପୁର, ୬/୮/୨୦୨୪ (ଓଡ଼ିଶା ସମାଚାର)- ନୂତନ ସରକାର ଗଠନ ହେବା ପରେ ଓଡ଼ÿିଶା ବିଧାନ ସଭାର ନୂତନ ଷ୍ଟାଣ୍ଡିଂ କମିଟି ସରକାର ଗଠନ କରିଛନ୍ତି । ପାଟକୁରା ର ନବ ନିର୍ବାଚିତ ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ସହିତ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଷ୍ଟାଣ୍ଡିଂ କିଟି ସଦସ୍ୟ ଭାବେ ସରକାର ମନୋନୀତ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଭାବେ ବିଧାୟକ ସନାତନ ବିଜୁଳି ରହିଥିବାବେଳେ ଏଥିରେ ୯ ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ତେବେ ପାଟକୁରା ନିର୍ବାଚନ ମଣ୍ଡଳୀ ଭଳି ଗ୍ରାମାଂଚଳ ର ଭିତିଭୂମି ବିକାଶ ରେ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ପଂଚାୟତିରାଜ ଓ ପାନୀୟ ଜଳ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଯଥେଷ୍ଟ ଭୂମିକା ଥିବାରୁ ଏହି ପଦବି ବିଧାୟକ ଶ୍ରୀ ମହାପାତ୍ରଙ୍କ ଗୁରୁତ୍ୱ ବହନ କରିଛି । ମୋହନ ସରକାର ଏହି ପଦବୀରେ ବିଧାୟକ ଶ୍ରୀ ମହାପାତ୍ରଙ୍କୁ ମନୋନୀତ କରିଥିବାରୁ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାରେ ମହାରାଜ, ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ଅଧ୍ୟକ୍ଷ ଦିଲିପ କୁମାର ସାହୁ, ସରପଂଚ ସନ୍ତୋଷ ମାହାଳି, ସରପଂଚ ଗୀତାଂଜଳି ମହାନ୍ତି, ସରପଂଚ ନଳିନୀପ୍ରଭା ଜେନା, ସରପଂଚ ଅନୁସୟା ବେହେରା, ସରପଂଚ ଅଂଜନ କୁମାର ନାୟକ, ସରପଂଚ ରଂଜନ ନାୟକ , ଜିଲାପରିଷଦ ସଦସ୍ୟ ସତ୍ୟାନନ୍ଦନ ରାଉତ, ଜିଲାପରିଷଦ ସଦସ୍ୟା ଏଲିଜା ସ୍ୱାଇଁ, ଯୁବ ନେତା ଶୈଳେନ୍ଦ୍ର କୁମାର ମହାନ୍ତି, ଅଶୋକ କୁମାର ଜେନା, କ୍ଷିରୋଦ ମହାନ୍ତି, ଦୁଖିଶ୍ୟାମ ସେନାପତି, ପ୍ରତାପ ସ୍ୱାଇଁ , ରମାକାନ୍ତ ବେହେରା, ରଂଜିତ କୁମାର ପଣ୍ଡା ଙ୍କ ସମେତ ବିଧାୟକ ପ୍ରତିନିଧି କ୍ଷିତିଶ ଦାସ ପ୍ରମୁଖ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।