ଯାଜପୁର, ୨୩/୦୬/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ୧୪ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ OSDMA ତରଫରୁ ଜିଲ୍ଲାସ୍ତରୀୟ ପହଁରିବା ପ୍ରଶୀକ୍ଷଣ ତୃତୀୟ ବ୍ୟାଚ୍ ଆରମ୍ଭ ହୋଇଅଛି । ଗତବର୍ଷ ୨ ଟି ବ୍ୟାଚ ପହଁରା ପ୍ରଶିକ୍ଷଣ ଦିଆଯାଉଥିଲା। ମାତ୍ର ହଇଜା ବ୍ୟାପିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏ ବର୍ଷ ୩ ୟ ଵ୍ୟାଚ ପହଁରା ପ୍ରଶିକ୍ଷଣ ସରକାରୀ ସୁଇମିଙ୍ଗ ପୁଲ୍ ଠାରେ ଦିଆଯାଉଅଛି। ଏଥିରେ ଓଡ଼୍ରାଫ୍ ଟିମ୍, ଥାର୍ଡ ବାଟାଲିୟନ, କଳିଙ୍ଗନଗର ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ।
ଏହାକୁ ଗତ ୨୨ ତାରିଖଠାରୁ ଆରମ୍ଭ ହୋଇ ୭ ଦିନ ପ୍ରତ୍ୟେକ ବ୍ଯାଚ ଟ୍ରେନିଙ୍ଗ ଦିଆଯିବ। ଏଥିରେ ଓଡ଼୍ରାଫ୍ ଅଧିକାରୀ ଯୋଗ ଦେଇଥିଲେ। ଏହାକୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରକାଳୀନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ପରିଚାଳନା କରିଥିଲେ। ଜନସାଧାରଣଙ୍କୁ ସଚେତନତା କରିବା, ପ୍ରତ୍ୟେକ ପହଁରା ଶିଖିବା ଏବଂ ଦୈନନ୍ଦିନ ଲୋକମାନେ କେଉଁଠି ନା କେଉଁଠି ବୁଡ଼ି ଯାଉଛନ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରି ପାରିବେ । ନଦୀ ଓ ନାଳ ମାନଙ୍କରେ ବନ୍ୟା ସମୟରେ ମଧ୍ୟ ବୁଡ଼ି ଯାଉଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜନ ସାଧାରଣଙ୍କୁ ସଚେତନ କରିବା ଏବଂ ପହଁରା ପ୍ରଶିକ୍ଷଣ ଦେବା। ଏଥିରେ ୧୦ ଟି ବ୍ଲକ୍ ରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।
