ଭୁବନେଶ୍ୱର,୦୯/୦୯/୨୦୨୫(ଓଡ଼ିଶା ସମାଚାର)- ରାଜଧାନୀ ୟୁନିଟ୍-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଷମା ମହାନ୍ତିଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ଶେଷ ସମୟରେ ତାଙ୍କର ଏକମାତ୍ର କନ୍ୟା ଓ ଆତ୍ମୀୟସ୍ୱଜ୍ଜନ ଉପସ୍ଥିତ ଥିଲେ । ସ୍ୱର୍ଗୀୟ ସୁଷମା ମହାନ୍ତି ଏନସିସିର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ହୋଇ ଖୁବ୍ ଦକ୍ଷତାର ସହିତ ଛାତ୍ରୀମାନଙ୍କୁ ତାଲିମ ଦେଉଥିଲେ ଏବଂ ଜାତୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ପ୍ୟାରେଡ଼ ପରିଚାଳନାରେ ସେ ବହୁ ବର୍ଷ ଧରି ପାରିଦର୍ଶିତା ହାସଲ କରିବା ସେଙ୍ଗ ସେଙ୍ଗ ସୀର୍ଘବର୍ଷ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଆୟୋଜିତ ବେସାମରିକ ପ୍ୟାରେଡ଼ କମାଣ୍ଡର ରୂପେ ନେତୃତ୍ୱ ନେଉଥିଲେ । ଜଣେ ଛାତ୍ରବତ୍ସଳା ଶିକ୍ଷୟତ୍ରୀ ଭାବରେ ତାଙ୍କର ବେଶ୍ ସୁନାମ ରହିଥିଲା । ସୁଷମାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇବା ସେଙ୍ଗ ସେଙ୍ଗ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ତରଫରୁ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି ଏବଂ ବିଧିବଦ୍ଧ ଭାବରେ ଆସନ୍ତା ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ୟାରେଡ଼ରେ ଅଂଶଗ୍ରହଣ କରୁଥିବା ଶ୍ରେଷ୍ଠ ଦଳକୁ ତାଙ୍କ ନାମରେ ଏକ ସ୍ମୃତି ଫଳକ ପ୍ରଦାନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି ।
