ଏସିଆ କପ୍ ମହିଳା ହକି: ସୁପର-୪ରେ ଭାରତ

ଏସିଆ କପ୍ ମହିଳା ହକି: ସୁପର-୪ରେ ଭାରତ

ହାଙ୍ଗ୍ଝୋ, ୦୯/୦୯/୨୦୨୫(ଓଡ଼ିଶା ସମାଚାର/ଏଜେନ୍ସି)-  ନବନୀତ କୌର ଓ ମମ୍ତାଜ ଖାନ୍ ଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ଏସିଆ କପ୍ ମହିଳା ହକି ଟୁର୍ନାମେଂଟର ପୁଲ୍ ‘ବି’ରେ ୩୪ ରୟାଙ୍କିଙ୍ଗ ପ୍ରାପ୍ତ ସିଙ୍ଗାପୁରକୁ ୧୨-୦ ଗୋଲରେ ପରାସ୍ତ କରିଛି । ଏଥି ସହିତ ଦଳ ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚରେ ଆଧିତ୍ୟ ବିସ୍ତାର କରି ଖେଳିଥିବା ନବନୀତ ୧୪ତମ, ୨୦ତମ ଓ ୨୮ତମ ମିନିଟରେ ଗୋଲ ସ୍କୋର କରିଥିବା ବେଳେ ମମ୍ତାଜ ୨ୟ, ୩୨ତମ ଓ ୩୯ତମ ମିନିଟ୍ ରେ ତାଙ୍କ ଗୋଲ୍ ଗୁଡ଼ିକ ସ୍କୋର କରିଥିଲେ ।

ନେହା ୧୧ଶ ଓ ୩୮ତମ ମିନିଟ ରେ ଦୁଇଟି ଗୋଲ୍ ଦେଇଥିବା ବେଳେ ଲାଲ୍ରେମ୍ସିଆମି (୧୩ତମ), ଇଦିତା (୨୯ତମ) ଓ ଋତୁଜା ପିସାଲ (୫୩ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ବିଶ୍ୱର ୧୦ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଦଳ ଟୁର୍ନାମେଂଟ ଓପନରରେ ଥାଇଲାଣ୍ଡକୁ ୧୧- ୦ ଗୋଲ୍ ରେ ପରାସ୍ତ କରିଥିଲା । ଭାରତ ଏହାର ପରବର୍ତୀ ମ୍ୟାଚ ସୁପର-୨ରେ ପୁଲ୍ ‘ଏ’ରେ ଦ୍ୱିତୀୟ ସ୍ଥାନରେ ଥିବା ଦଳକୁ ଭେଟିବ ।

Leave a Reply

Your email address will not be published. Required fields are marked *