ସୋସିଆଲ ମିଡ଼ିଆ ଓ ସାଇବର କ୍ରାଇମ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ।

ଜୁନାଗଡ଼ ୦୮/୦୯/୨୦୨୫ (ଓଡ଼ିଶା ସମାଚାର)-  ସୋମବାର ଦିନ କୁଲିହାରୀ ଉଚ୍ଚ ବିଦ୍ୟାଳୟଠାରେ ଜୁନାଗଡ଼ ତାଳୁକା ଆଇନଗତ ସାକ୍ଷରତା ପରିଷଦ ଏବଂ ଓଡ଼ିଶା ପୋଲିସର ମିଳିତ ଉଦ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ଆଇନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ  ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ଦିୱାନି ବିଚାରପତି ଶ୍ରୀ ଦୀପେନ୍ଦ୍ର ସିଂହ ରାଠୋର , ଶ୍ରୀମତୀ ଅଳକାନନ୍ଦ ସାହୁ (ଡିଏସପି ସାଇବର ସେଲ) , ଶ୍ରୀ ସର୍ବେଶ୍ଵର ସାମନ୍ତରାୟ (ଇନ୍ସପେକ୍ଟର ସାଇବର ସେଲ), ବରିଷ୍ଠ ଆଇନଜୀବୀ ସଭାପତି ଓକିଲ ସଂଘ ବାଲକୃଷ୍ଣ ଅଚାରୀ , ସ୍ଥାନୀୟ କଲେଇଗାଁ ସରପଞ୍ଚ ଶ୍ରୀ ମଳୟ ଆଚାର୍ଯ୍ୟ, ବ୍ରାହ୍ମଣୀଗୁଡା ଆଞ୍ଚଳିକ ସାଧନ ଅଧିକାରୀ ଶ୍ରୀ ସିତେଶ କୁମାର ପାଢ଼ୀ , ବ୍ରାହ୍ମଣୀଗୁଡା ଆଞ୍ଚଳିକ ସାଧନର ସମସ୍ତ ପ୍ରଧାନ ଶିକ୍ଷକ, କୁଲିହରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ତଥା କୁଲିହାରୀ ଗ୍ରାମର ଗ୍ରାମବାସୀ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦିୱାନି ବିଚାରପତି ମହୋଦୟ ଏବଂ ସାଇବର ସେଲର ଡିଏସପି ମହୋଦୟା ଛାତ୍ରଛାତ୍ରୀମାନଙ୍କୁ ସୋସିଆଲ ମିଡିଆ ପ୍ରତି ସାବଧାନତା, ଡିଜିଟାଲ ଆରେଷ୍ଟ, ସାଇବର ଠକାମି ତଥା ଉକ୍ତ ସମାସ୍ୟର କିପରି ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *