କଳାହାଣ୍ଡି ୦୭/୦୯/୨୦୨୫ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ୟ୍ୟରତ ନକଲି ସରକାରୀ ଶିକ୍ଷକ ଙ୍କ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ଆଞ୍ଚଳିକ ଖବର କାଗଜରେ ଖବର ପ୍ରସାରଣ କରାଯାଇଥିଲା। ଏହି ଖବର କୁ ଭିତ୍ତି କରି କଳାହାଣ୍ଡି ଶିକ୍ଷା ବିଭାଗ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେଇଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ନକଲି ଶିକ୍ଷକ ଜୁନାଗଡ ଫୋକସ ପ୍ଲସ ସାମ୍ବାଦିକ ଙ୍କୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନ ରେ ମାରି ଦେବା ପାଇଁ ଧମକ ଦେଇଛନ୍ତି।
ଏ ନେଇ ସାମ୍ବାଦିକ ନିଜ ଜୀବନ ପ୍ରତି ବିପଦ ଥିବାରୁ ଭୟଭୀତ ହୋଇ ସାମ୍ବାଦିକ ସମୁହ ଙ୍କ ସହ ବୁଦ୍ଧିଜୀବୀ ମାନଙ୍କ ସହିତ ଯାଇ ଜୁନାଗଡ ଥାନା ରେ ଏତଲା ଦେଇଛନ୍ତି। ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତି, ପ୍ରବୀଣ ପଟ୍ଟନାୟକ,ରବି ଶଙ୍କର ସୁନାନୀ, ପୂର୍ଣ୍ଣ ପାଣିଗ୍ରାହୀ,ଆଦିତ୍ୟ ମହାନ୍ତି,ବ୍ୟୋମକେଶ ପୁରୋହିତ,ବିଜୟ ଦଣ୍ଡସେନା,ଆଦିତ୍ୟ ସ୍ବସ୍ତିଦୀପ ଓ ବୁଦ୍ଧିଜୀବୀ ପୂର୍ନେନ୍ଦୁ ମାଝୀ, ନିରଞ୍ଜନ କନ୍ଦପାନ,ଶରତ ଶବର, ଆଇନଜୀବୀ ଜୟଦେବ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।ତେବେ ସାମ୍ବାଦିକ ଙ୍କୁ ହତ୍ୟା ଧମକ ପରେ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ନକଲି ଶିକ୍ଷକ ଙ୍କ ଦୌରାତ୍ମ୍ୟ କୁ ସମସ୍ତେ ନିନ୍ଦା କରିଛନ୍ତି। ଏଭଳି ଘଟଣା କୁ ସାମ୍ବାଦିକ ସମୁହ ଓ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
