କଂସାର ପଂଚାୟତରେ ଭାଗବତ ସପ୍ତାହ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୦୭/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି । ଦୀର୍ଘଦିନ ହେବ ଏଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଅଛି । ବାସୁଦେବ ଜନ୍ମଦିନ ଅବସରରେ ଭାଗବତ ସପ୍ତାହ ପାଳନ ହୋଇଅଛି । ରୀତି ନୀତି ଅନୁଯାୟୀ ନୀତିକାନ୍ତି, ହୋମଯଜ୍ଞ, ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟ କରାଯାଇଛି ।

ସନ୍ତୋଷ କୁମାର ନାୟକ, ଗୌରାଙ୍ଗ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କ୍ଷେତ୍ରବାସୀ ପରିଡା, ପ୍ରଭାକର ପରିଡା, ପ୍ରଶାନ୍ତ କୁମାର ବେହେରା, ମନୋରଞ୍ଜନ ସାହୁଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରିଥିଲେ ।

Leave a Reply

Your email address will not be published. Required fields are marked *