ମହିଳା ସାମ୍ବାଦିକା ଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ବିଜେଡ଼ି ନେତା ଙ୍କୁ ପୋଲିସ ଉଠାଇ ଆଣିଲା

କଟକ ସଦର, ୦୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ମୁର୍କୁଣ୍ଡି ଗ୍ରାମର ତଥା ସାଲେପୁର ଅଞ୍ଚଳର ଜନୈକା ମହିଳା ସାମ୍ବାଦିକା ଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ପୋଲିସ ନୟାଗଡ଼ ଜିଲ୍ଲା ରଣପୁର ଏନଏସି ର ବିଜେଡ଼ି ସଭାପତି ଲିଙ୍କରାଜ ନାୟକଙ୍କୁ ଉଠାଇ ଆଣି ଅଟକ ରଖିଥିଲା ।

ଅଭିଯୁକ୍ତ ନାଁ ରେ  ନଂ ୨୨୩/୨୦୨୫ ଦଫା ୬୭,୬୭ଏ ରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଚଳାଇଛି । ମୋ ଫୋନ୍ କୁ କେହି ହ୍ୟାକ କରି ଏପରି  କରିଛି ବୋଲି ଅଭିଯୁକ୍ତ କହିବା ପରେ ଘଟଣାକ୍ରମ ଵଦଳି ଯାଇଛି। ଏଥିପାଇଁ ଅଧିକ ତଦନ୍ତ ପାଇଁ ସାଇବର ଏକ୍ସପର୍ଟ ଙ୍କ ସହାୟତା ନିଆଯିଵ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତଦନ୍ତ ରେ ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇ ଅଭିଯୁକ୍ତ ଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଥାନା ରୁ ଆଜି ରବିଵାର ରାତିରେ ଛଡାଯାଇଥିଵା ଜଣାପଡିଛି। ହେଲେ ଉକ୍ତ ଘଟଣାର ଚେର ଅଧିକ ଗଭୀର କୁ ଯାଇଥିବା ସନ୍ଦେହ କରି ଏହାକୁ ସାଇବର ଥାନା କୁ ପଠାଯିବ ବୋଲି ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *