ଯାଜପୁର ଜିଲ୍ଲାରେ ଖରିଫ ଋତୁ ପାଇଁ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଣ ସମ୍ପର୍କୀୟ ପ୍ରେସ ମିଟ।

ଯାଜପୁର ୦୬/୦୯/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ସାର ର ଅଭାବୀ ବିକ୍ରି ସମ୍ପର୍କୀୟ ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ ସମ୍ବାଦ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ ପ୍ରେସମିଟ ବୈଠକରେ ଯୋଗଦେଇଥିଲେ।

ପ୍ରେସମିଟ୍ ପୂର୍ବରୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କୃଷି ଅଧିକାରୀ, ସମବାୟ ବିଭାଗ, ମାର୍କଫେଡ୍ ଏବଂ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ର ଅଧିକାରୀମାନଙ୍କ ସହ ବିସ୍ତୃତ ସମୀକ୍ଷା କରିଥିଲେ। ସାର ବଣ୍ଟନ, ଉପଲବ୍ଧତା ଓ ଯୋଗାଣ ପ୍ରଣାଳୀର ସମସ୍ତ ପ୍ରାସଙ୍ଗିକ ପରିସ୍ଥିତିରେ ଚର୍ଚ୍ଚା ହୋଇଥିଲା।

ସୂଚନା ମୁତାବକ,ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୮୫୦୦ ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୯ ହଜାର ୪୪୮ ମେଟ୍ରିକ୍ ଟନ୍ ସାର ଆସିଛି। ଡିଏପି ସାର ୫୫୦୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୬୬୦୧ ମେଟ୍ରିକ୍ ଟନ୍ ସାର ଆସିଛି। ଏନପିକେ ଏସ ସାର ୭୫୦୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୫୧୫୮ ମେଟ୍ରିକ୍ ଟନ୍ ସାର ଆସିଛି। ଏମଓପି ୨୦୦୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୧୮୭୩ ମେଟ୍ରିକ୍ ଟନ୍ ଆସିଛି। ସେପ୍ଟେମ୍ୱର ମାସରେ ମଧ୍ୟ ପୂର୍ବରୁ ଗଚ୍ଛିତ ରଖିବା ପାଇଁ ୩୦୦୦ ମେଟ୍ରିକ୍ ଟନ୍ ୟୁରିଆ  ସାର ଏବଂ ପଟାସ ସାର ଜିଲ୍ଲାକୁ  ଆସିବାର ଯୋଜନା ଅଛି।

ଉକ୍ତ ପ୍ରେସମିଟ୍ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର ସାର ବଣ୍ଟନକୁ ସୁପରିଚାଳିତ କରିବା ପାଇଁ ସମସ୍ତ ପ୍ୟାକେଜ୍‌ରେ ସ୍ପଷ୍ଟ ଲେବେଲ, ନିୟମିତ ସପ୍ଲାଇ ଚେକ୍‌ ଏବଂ କୃଷକମାନଙ୍କୁ ନିୟମିତ ସୂଚନା ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିସହିତ, କୌଣସି ସ୍ଥାନରେ ସାର କଳାବଜାରି, ଅଭାବ ସୃଷ୍ଟି କିମ୍ବା ଅନିୟମିତତା ଚାଲିଥିଲେ, ତାହାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

 ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ସାର ର ସମ ଉପଯୋଗୀ ବଣ୍ଟନ ନିଶ୍ଚିତ କରିବାକୁ ପଦକ୍ଷେପ ଗ୍ରହଣ କରିବେ। ସମବାୟ ସମିତି ଗୁଡିକୁ  ମାର୍କଫେଡ୍‌ ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣରେ ସାର ପ୍ରଦାନ କରାଯିବା ସହିତ, କୃଷକମାନେ ସରଳ ଓ ସ୍ପଷ୍ଟ ପ୍ରକ୍ରିୟାରେ ସାର ପାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ସ୍କ୍ୱାଡ଼ ଗଠନ କରାଯାଇଛି ଏବଂ ଅତିରିକ୍ତ ଜିଲ୍ଲାପାଳ,ଙ୍କ ଏହି ବୈଠକ ପରେ ସମସ୍ତ ତହସିଲଦାର ଏବଂ କୃଷି ଅଧିକାରୀଙ୍କର ଭିଡିଓ ସମ୍ମିଳନୀ ମାଧ୍ୟମରେ ବ୍ଲକ ସ୍ତରୀୟ ସ୍କ୍ୱାର୍ଡଙ୍କୁ ସାରର ସୁବଣ୍ଟନ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି ବିଭାଗ ତରଫରୁ  ଖରିଫ ପ୍ରାରମ୍ଭରୁ ବିଭିନ୍ନ ସାର ବିକ୍ରେତାଙ୍କୁ ଯାଞ୍ଜ କରାଯାଇ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ଏବଂ ଏହି ଯାଞ୍ଚକୁ ବ୍ୟାପକ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।ବିଭିନ୍ନ ଏଥିରେ କୃଷି ବିଭାଗ, ସମବାୟ ବିଭାଗ ଓ ତହସିଲଦାର ମାନେ ଅତର୍କିତ ଭାବରେ କୃଷି ସମବାୟ ସମିତି ଓ ଡିଲର ପଏଣ୍ଟ ରେ ଚଢ଼ାଉ କରିବେ।

ଉକ୍ତ ପ୍ରେସମିଟ୍ ରେ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *