କେନ୍ଦ୍ରାପଡ଼ା, ୦୬/୦୯/୨୦୨୫ (ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜନଗର ଓ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗୋବିନ୍ଦପୁର ଗ୍ରାମର ଅନିରୁଦ୍ଧ ମଳିକ(୪୧)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ସୌମ୍ୟରଞ୍ଜନ ପାତ୍ର(୨୧)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ଏକଲାପୁର ଗ୍ରାମର ସଞ୍ଜୟ ରାଉତ(୪୫)ଙ୍କ ଠାରୁ ୩୬ ଲିଟର ବିଦେଶୀ ମଦ, ବେଣାକନ୍ଦା ଗ୍ରାମର ନାଡୁଗୋପାଳ ମଣ୍ଡଳ(୫୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କଂସାର ଗ୍ରାମର ମଧୁସୂଦନ ପାଲ(୪୫)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଓ ସୁଧିର ରାଉତ(୪୩)ଙ୍କ ଠାରୁ ୧୩ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ପାଖରୁ ସମୁଦାୟ ୧୪୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ ଓ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।
