କୃଷି କ୍ଷେତ୍ରରେ ଉନ୍ନତ ଯନ୍ତ୍ରପାତି ବ୍ୟବହାର କୁ ଗୁରୁତ୍ଵ

 କଙ୍କରଦିଆରେ କୃଷକ ମେଳା,କୃଷି ଯନ୍ତ୍ରପାତିର ପ୍ରଦର୍ଶନ

ଜଗତସିଂହପୁର, ୧୯/୦୩/୨୦୨୫ (ଓଡ଼ିଶା ସମାଚାର)- ଉନ୍ନତ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଲାଗି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଠାରେ ମଙ୍ଗଳବାର ଦିନ ଏକ କୃଷକ ମେଳା ତଥା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ତରଫରୁ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓ.ୟୁ.ଏ.ଟି)ର ଆନୁକୁଲ୍ୟରେ ଏକ ପ୍ରଦର୍ଶନୀ ମେଳା ଅୟୋଜିତ ହୋଇଥିଲା। ଏଥିର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶ୍ରମ ବିଜ୍ଞାନ ଓ ସୁରକ୍ଷାର ପ୍ରଫେସର ମାର୍କଣ୍ଡେୟ ମହାପାତ୍ର ଯୋଗ ଦେଇ ଚାଷ କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବାରୁ, ମହିଳା ଚାଷୀ ମାନଙ୍କ ନିମିତ ଉପଯୁକ୍ତ ଯନ୍ତ୍ରପାତି ବ୍ୟବହାର କରିବା ଉପରେ ଗୁରୁତ୍ବ ଦେଇଥିଲେ। ପ୍ରଫେସର ନିହାର ରଞ୍ଜନ ସାହୁ ଯୋଗଦେଇ ଅମଳ ପରବର୍ତୀ ଯନ୍ତ୍ରପାତି ଓ ପ୍ରକ୍ରିୟାକରଣ ଉପରେ ଆଲୋକପାତ କରିଥିଲେ।

ଡଃ ପାର୍ଥ ସାରଥୀ ସ୍ବାଇଁ କୃଷି କାର୍ଯ୍ୟରେ ପ୍ରାଣୀ ସମ୍ପଦର ସଦୁପଯୋଗ ସହିତ ବିଭିନ୍ନ ବଳଦ ଚାଳିତ କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଡଃ ପ୍ରଦିପ୍ତ କୁମାର ସାହୁ ଯୋଗଦେଇ ବିଭିନ୍ନ ଶକ୍ତି ଚାଳିତ  ମେସିନ ଯଥା ଟ୍ରାକ୍ଟର, ପାୱାର ଟିଲର୍, ଡ୍ରୋନ ଓ ଅନ୍ୟାନ୍ୟ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଚାଷୀ ଭାଇମାନେ ଅଧିକ ଲାଭବାନ୍ ହୋଇପାରିବେ ବୋଲି ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ଯ ଡଃ ଜୀବନଜିତ ସେନ୍ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।

ବୈଜ୍ଞାନିକ ଡଃ ଦ୍ୱାରିକା ମୋହନ ଦାସ ଯୋଗଦେଇ ସ୍ବାଗତ ଭାଷଣ ଦେବା ସହିତ କୃଷି ଯନ୍ତ୍ରପାତି ଓ ପ୍ରକ୍ରିୟାକରଣ ଦ୍ଵାରା ଜଗତସିଂହପୁର ଜିଲ୍ଲାର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ବିକାଶ ହୋଇ ପାରିବ ବୋଲି ଗୁରୁତ୍ବ ଦେଇଥିଲେ  । ଏହି କାର୍ଯ୍ୟକ୍ରରେ ଶ୍ରୀ ବିକାଶ କୁମାର ପରିଡ଼ା, ଉପାଧ୍ୟକ୍ଷ, ଏରସମା, ବ୍ଲକ, ମୁଖ୍ୟ ଅତିଥି ଭାବରେ ଯୋଗ ବୈଜ୍ଞାନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବାକୁ ଚାଷୀ ଭାଇ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ର ପ୍ରଫୁଲ୍ଲ କୁମାର ଦାସ, ସରପଞ୍ଚ, ବାଲିତୁଠ, ବୈଜୟନ୍ତୀ ମହାନ୍ତି, ସରପଞ୍ଚ, ବାମଦେଇପୂର, ଶ୍ରୀ ବିକ୍ରମ ମହାପାତ୍ର, ପଞ୍ଚାୟତ ସମିତି ପ୍ରତିନିଧି, ବାମଦେଇପୂର୍, ପୂର୍ବତନ ସରପଂଚ ଗୋପୀନାଥ ସାମନ୍ତରାୟ, ବାମଦେଇପୂର୍, ଶ୍ରୀମତୀ ଅନିତା ସ୍ୱାଇଁ, ବିପିମ୍, ଓଏଲମ, ଶ୍ରୀମତୀ ସ୍ନେହା ପ୍ରୀୟା ସ୍ୱାଇଁ, ବିପିସି, ମିସନ୍ ଶକ୍ତି ଏରସମା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅଞ୍ଚଳର ଶତାଧିକ ଚାଷୀ ଯୋଗଦାନ କରି  କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ଦ୍ଵାରା ବିକଶିତ ହୋଇଥିବା ଉନ୍ନତ ମଞ୍ଜି ବୁଣା ଯନ୍ତ୍ର,  କାଦୁଅ କରିବା ଯନ୍ତ୍ର, ତିନିଧାଡିଆ ଧାନ ରୁଆ ଯନ୍ତ୍ର, ବିଭିନ୍ନ ପ୍ରକାର ଘାସ ବଛା ଯନ୍ତ୍ର, ଡ୍ରୋନ ଆଦିକୁ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମଟି ବେଥାନୀ, ସାମାଜିକ ପ୍ରତିଷ୍ଠାନ, ପାରାଦୀପର ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମରେ ସିଷ୍ଟର ଗ୍ରେସୀ, ସଭାପତି ବେଥାନୀ, ରଶ୍ମି ରଞ୍ଜନ ଖୁଣ୍ଟିଆ, ମୁଖ୍ୟ ସହଯୋଗୀ, ଶ୍ରୀ ବିପିନ ବିହାରୀ ପ୍ରଧନ ବେଥାନୀ ସଂଗଠନ ତରଫରୁ ଯୋଗ ଦେଇ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *