କେନ୍ଦ୍ରାପଡା, ୧୭/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ ନିମନ୍ତେ କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ନରୋତମ ଜେନା ଆଭିମୁଖ୍ୟ ଜ୍ଞାପନ କରିଥିଲେ ।
ଏଥିସହିତ ବାର୍ଷିକ ଉତ୍ସବରେ ପ୍ରତିଭା ସମ୍ମାନ ପ୍ରଦାନ ଓ ବାର୍ଷିକ ମୁଖପତ୍ର “ସାୟଂପ୍ରଭା”ର ଉନ୍ମୋଚନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସଂଗଠନର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା, ମାର୍ଗଦର୍ଶକ ତଥା ମୁଖ୍ୟ ଉପଦେଷ୍ଟା ମନ୍ମଥ କୁମାର ରାୟ ସଂଗଠନ ପ୍ରତିଷ୍ଠାର ମୁଖ୍ୟ ଉଦେଶ୍ୟ ଓ କାର୍ଯ୍ୟଧାରା ଉପରେ ବିଷଦ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା, ଅକ୍ଷୟ କୁମାର ସ୍ୱାଇଁ, କୁଞ୍ଜବିହାରୀ ସାହୁ, ସୋମନାଥ ପଢିହାରୀ, ବଳଭଦ୍ର ନାୟକ, ନରହରି ପାତ୍ର, ବାଉରୀବନ୍ଧୁ ମୁଦୁଲି, ଆବାହକ ସନାତନ ତରାଇ, ପତ୍ରିକା ଓ ମିଡିଆ ସଂଯୋଜକ କାଶୀନାଥ ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ମାର୍ଚ୍ଚ ୨୩ତାରିଖରେ ବାର୍ଷିକ ଉତ୍ସବ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଅନ୍ୟ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଡାକିବାକୁ ସମ୍ପାଦକଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା । ଶେଷରେ ଶ୍ରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।