ଲକ୍ଷ୍ମୀପୁର ୦୬/୦୯/୨୦୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଠାରେ ମହା ଆଡମ୍ବର ସହକାରେ ଗୁରୁ ଦିବସ ପାଳିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ସଭା ଆରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଣ୍ଡଳ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଗୁରୁ ଦିବସ ର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ।
ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଛାତ୍ର ଚରିତ୍ର ଗଠନ ରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଶିକ୍ଷକ ସୁଜିତ କୁମାର ସାମଲ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ସମାଜ ଗଠନରେ ଭୂମିକା ଉପରେ ବକ୍ତବ୍ୟ ରଖିଥିବା ବେଳେ ରାଜେଶ୍ଵରି ଲବ୍ଲା ଛାତ୍ର ଛାତ୍ରୀ ଙ୍କୁ ସୁନାଗରିକ କରି ଗଢ଼ି ତୋଳିବାରେ ଶିକ୍ଷକ ଙ୍କ ଭୂମିକା ଦର୍ଶାଇ ଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ଜେଶ୍ନା ପଣ୍ଡା, ସୁନୀତା ସାହୁକାର,କସ୍ତୁରୀ ଶବର,ମାଧୁରୀ ଲେଙ୍କା, ସୁକାନ୍ତ ଯାଦବ, ଆଶୀର୍ବାଦ ନାୟକ,ପ୍ରିୟଙ୍କା ବିଷୋୟୀ, ଅଶେଷ କର୍ଜୀ, ସୁରଜ ନାୟକ,ରୋଜାଲିନ ସ୍ୱାଇଁ, ମମତା ମହାନ୍ତି ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରି ଥିଲେ।ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଦ ଧୋଇ ବିଦ୍ୟାଳୟ ଭିତରକୁ ପାଛୋଟି ନେଇ ଧୂପ ଦ୍ଵୀପ ଦେଇ ପୂଜା କରିବା ପରେ ଛାତ୍ର ଛାତ୍ରୀ ମାନେ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉପହାର ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ,ଅଂଶୁମାନ ଦଳେଇ,ବାବୁଲା ମଣ୍ଡୀଙ୍ଗା କସ୍ତୁରୀ ଗୋପେ,ଦୀପିକା ସୀସା,ମଞ୍ଜୁରୀ ଖୋସଲା ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ପିଲେଣ୍ଟି,ଗାୟତ୍ରୀ ସିନେମା ରେଡ୍ଡୀ,ମେଗ୍ଲିନ ତୁରୁକ୍ ପ୍ରମୁଖ ସହଯୋଗ କରିଥିଲେ।
