ପାଟକୁରା୦୪/୦୧/୨୦୨୬ (ଓଡିଶା ସମାଚାର )-ଗରଦପୁର ବ୍ଳକ ଅଧୀନ ପଦ୍ମପୁର ଗ୍ରାମପଞ୍ଚାୟତ ନୂଆପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମେଧାବୀ ଛାତ୍ର ପ୍ରବୋଧ କୁମାର ଦାସ ବ୍ଳକ ସ୍ତରୀୟ ତୃତୀୟ ଶ୍ରେଣୀ ମେଧା ବୃତ୍ତି ପାଇଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଛି ।
ବିଚଣା ଶାନ୍ତିମୈତ୍ରୀ ସ୍ଵେଛାସେବୀ ସଂଗଠନ ପରିସରରେ ଗତ ଶୁକ୍ରବାର ସରସ୍ବତୀଶିଶୁ ବିଦ୍ୟାମନ୍ଦିର ନୂତନ ଗୃହ ଉଦଘାଟନ ଉତ୍ସବରେ ପ୍ରବୋଧଙ୍କୁ ଅନୁଷ୍ଠାନର ସମ୍ପାଦକ
ତଥା ବିଶିଷ୍ଠ ସମାଜସେବୀ ଭଗବାନ ଜେନା, ମୁଖ୍ୟ ଅତିଥି ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ସମ୍ମାନିତ ଅତିଥି ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା ଓ ସାମ୍ବାଦିକ ରାବନ୍ଦ୍ରନାଥ ବାରିକ, ତାଙ୍କ ପିତା ପ୍ରଭାତ କୁମାର ଦାସ, ମା ଶକୁନ୍ତଳା ନାୟକ ଓ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବେହେରାଙ୍କ ଉପସ୍ଥିତରେ ପୁରସ୍କୃତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ମହାରାଜ ପ୍ରବୋଧଙ୍କୁ ଗୋଟିଏ କପ, ସ୍କୁଲ ବ୍ୟାଗ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣମାନ ଦେଇ ପୁରସ୍କୃତ କରିଥିଲେ । ପ୍ରବୋଧ କୁମାର ଦାସ ମାର୍ଶାଘାଇ ବ୍ଳକ ଭୁସରଙ୍ଗ ଗ୍ରାମର ପ୍ରଭାତ କୁମାର ଦାସ ଙ୍କ ପୁତ୍ର ଅଟନ୍ତି । ଶାନ୍ତି ମୈତ୍ରୀ ଅନୁଷ୍ଠାନର ସମସ୍ତ ସହଯୋଗୀ ମାନେ ଉପସ୍ଥିତ ରହି ପ୍ରବୋଧଙ୍କୁ ଉତ୍ସାହିତ କରିଥିଲେ ।
